Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଧିକ ଅଣ୍ଡା ଖାଇବା ଡାଇବେଟିସର ଆଶଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଧିକ ଅଣ୍ଡା ଖାଇବା ଡାଇବେଟିସର ଆଶଙ୍କା

ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ସେଥିପାଇଁ ଏହାକୁ ସୁପର ଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ, ପୋଚ୍, ତରକାରୀ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖିଆ ଯାଇପାରିବ । ଅଣ୍ଡାକୁ ଖୁବ କମ ସମୟ ମଧ୍ୟରେ ରନ୍ଧା ଯାଇପାରୁଥିବାରୁ ଏହାର ଚାହିଦା ମଧ୍ୟ ରହିଛି । ଏଥିରେ ପ୍ରୋଟିନ୍, ମିନେରାଲ୍ସ୍, ଭିଟାମିନ୍ ଭଳି ପୋଷକ ତତ୍ୱ ଭରପୁର ଥାଏ । ଆପଣ ଜାଣନ୍ତି କି ଜରୁରୀ ଠାରୁ ଅଧିକ ଅଣ୍ଡା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଅଣ୍ଡା ଖାଉଥିବା ଲୋକଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ । ପ୍ରତିଦିନ ଗୋଟିଏରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଡାଇବେଟିସ୍ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିଶତ ବଢିପାରେ । ଏନେଇ ବ୍ରିଟିଶ୍ ଜର୍ନାଲ୍ ଅଫ୍ ନୁ୍ୟଟ୍ରିସନରେ ଏକ ଖବର ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ମନୁଷ୍ୟ ଶରୀରରେ ଏହାର ପ୍ରଭାବ ପଡିଥାଏ । ଏହା ମଧ୍ୟ କହୁଯାଇଛି ଯେ, ପ୍ରତିଦିନ ୩୮ ଗ୍ରାମ ଅଣ୍ଡା ଖାଇଲେ ଡାଇବେଟିସ୍ ଆଶଙ୍କା ୨୫ ପ୍ରତିଶତ ବଢିଯାଏ । ବିଶ୍ୱରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରାୟ ୬ ପ୍ରତିଶତ ଲୋକ ଡାଇବେଟିସରେ ପୀଡିତ ଏବଂ ଏହି ସଂଖ୍ୟା ଦିନକୁ ଦିନ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡିବ । ଡାଇବେଟିସ୍ର ଆଶଙ୍କାରୁ ବର୍ତ୍ତିବା ପାଇଁ ସବୁଜ ପନିପରିବା ଖାଇବା ଆବଶ୍ୟକ ।

Leave a Reply