କୋଟପାଡ଼ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତ୍ରିଂଶତମ ବାର୍ଷିକ ଉତ୍ସବ

କୋଟପାଡ: କୋଟପାଡ଼ ସହରରେ ଥିବା ସରସ୍ୱତୀ ଶିଶୁ ୍ୱିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ତ୍ରିଂଶତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି. ସାଂସଦ ରମେଶ ଚନ୍ଦ୍ର ମାଝୀ.ସ୍ଥାନିୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ତହସିଲଦାର ଶକ୍ତି ମହାପାତ୍ର ଏବଂ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ଶ୍ରୀ ଗୌର ପ୍ରସାଦ ରଥ ବରେ ଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଦ୍ୱିପ ପ୍ରଜ୍ୱଳନ ବନ୍ଦନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଶିଶୁଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଶିଶୁଙ୍କୁ ନେଇ ନୃତ୍ୟ ପରିବେଷଣ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିନୟ କୁମାର ମୁଣ୍ଡ, ବିଜୟ ବିଶୋଇ, ସନ୍ତୋଷ ପାଇକରାୟ, ସୁଧାନ ସୁ ପଟନାୟିକ. ସନ୍ତୋଷ ଦାସ , ଶ୍ରୀମତୀ ଧରିତ୍ରୀ ନାୟକ. ଅନିଶା ବିଶୋଇ. ଝରଣା ପାତ୍ର, ଗିରିଜା ମହାନ୍ତିଙ୍କ ସମେତ ସତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ରଙ୍ଗ ମଞ୍ଚିୟ କାର୍ଯ୍ୟ କ୍ରମକୁ ଉପଭୋଗ କରିଥିଲେ । ବିଦ୍ୟା ମନ୍ଦିର ପରିବାର ପକ୍ଷରୁ ପରିଚାଳନା ହୋଇଥିବା ଜଣାଯାଇଛି । ପଞ୍ଚମ ଶ୍ରେଣୀ ରେ ମୌନିକା ପଟନାୟିକ. ଲିପ୍ସିକା ବେହେରା. ପ୍ରତ୍ୟା ସା ହୋତା, ଯଜ୍ଞ ପ୍ରସାଦ ପାଢ଼ୀ ଏବଂ ତୃତୀୟ ଶ୍ରେଣୀରେ କେଦାର ଗୌରୀ ପାଢ଼ୀ ସୁଜୟ ବିଶ୍ୱାଳ ବୃତ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଘୋଷଣା କରାଯାଇଥିଲା । କୃତୀ ଛାତ୍ରୀ ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୂରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀ ଚନ୍ଦ୍ର ଶେଖର ଦାସ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *