Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜୟା ବା ପଙ୍କୋଦ୍ଧାର ଏକାଦଶୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜୟା ବା ପଙ୍କୋଦ୍ଧାର ଏକାଦଶୀ

– ଉକ୍ରଳାନନ୍ଦ ଅଜୟ କୁମାର ବେହେରା –

ଭଗବାନ ରାମଚନ୍ଦ୍ର ରାବଣ ସହ ଯୁଦ୍ଧ କରିବା ପାଇଁ ବାନରଙ୍କ ସହ ଲଙ୍କା ଯିବାକୁ ପ୍ରସ୍ତୁତ ହେଉଥାନ୍ତି । ଏହି ସମୟରେ ସମୁଦ୍ର ପାର ହେବା ତାଙ୍କ ପାଇଁ ବଡ଼ ସମସ୍ୟା ଭାବେ ଛିଡ଼ା ହେଲା । ଏହି ସମସ୍ୟାର ସମାଧାନ ଲାଗି ଭଗବାନ ରାମ ଓ ଲକ୍ଷ୍ମଣ ମିଶି ମୁନି ବକଦାଲଭ୍ୟଙ୍କ ନିକଟରେ ପହଞ୍ଚôଲେ । ରାମ ନିଜ ସମସ୍ୟା ସମ୍ପର୍କରେ କହିବାରୁ ମୁନି ତାଙ୍କୁ ବିଜୟା ଏକାଦଶୀ ବ୍ରତ କରିବାକୁ କହିଲେ । ଶାସ୍ତ୍ରରେ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଏକାଦଶୀକୁ ବିଜୟା ଏକାଦଶୀ ବ୍ରତ କରିବାକୁ କହିଲେ । ଶାସ୍ତ୍ରରେ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଏକାଦଶୀକୁ ବିଜୟା ଏକାଦଶୀ କୁହାଯାଇଛି । ଚଳିତ ବର୍ଷ ଏହି ଏକାଦଶୀ ୧୬ ଫେବୃଆରୀରେ ପଡ଼ୁଛି । ଓଡ଼ିଆରେ ବିଜୟା ଏକାଦଶୀ ପଙ୍କୋଦ୍ଧାର ଏକାଦଶୀ ନାମରେ ପ୍ରସିଦ୍ଧ । ବିଜୟା ଏକାଦଶୀ ବ୍ରତର ବିଧି ସମ୍ପର୍କରେ ମୁନି କହିଲେ ଯେ ଦଶମୀ ଦିନ ସୁନା, ରୂପା, ତମ୍ବା କିମ୍ବା ମାଟିର ଏକ କଳସ ସ୍ଥାପନ କରି ସେଥିରେ ଜଳ ଓ ପଲ୍ଲବ ରଖନ୍ତୁ । ଏହା ଉପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ । ଏକାଦଶୀ ଦିନ ପ୍ରାତଃ କାଳରୁ ସ୍ନାନ କରିବା ମାଳା, ଚନ୍ଦନ, ନଡ଼ିଆ ଆଦିରେ କଳସର ପୂଜା କରିବା ଆବଶ୍ୟକ । କଳସ ସମ୍ମୁଖରେ ଭଗବାନଙ୍କ କଥା ପାଠ କରିବା ଆବଶ୍ୟକ । ରାତ୍ରିରେ ଉଜାଗର ରହି ଭଜନ କୀର୍ତ୍ତନ କରିବା ଉଚିତ । ପରଦିନ କଳସକୁ ଜଳରେ ବିସର୍ଜନ କରି କଳସ ଉପରେ ରଖାଯାଇଥିବା ସାମଗ୍ରୀ ବ୍ରାହ୍ମଣଙ୍କୁ ଦାନ କରିବା ଉଚିତ । ଭଗବାନ ରାମଚନ୍ଦ୍ର ଏହି ବିଧିରେ ବିଜୟା ଏକାଦଶୀ ବ୍ରତ କରିବା ପରେ ସେତୁ ବାନ୍ଧିବାରେ ସଫଳ ହୋଇଥିଲେ । ଲଙ୍କା ପହଞ୍ଚô ରାବଣକୁ ମୃତୁ୍ୟ ମୁଖରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ପଦ୍ମପୁରାଣରେ କୁହାଯାଇଛି, ଯେଉଁ ବ୍ୟକ୍ତି ଏହି ଏକାଦଶୀ ବ୍ରତ କରିଥାଏ, ସେ ବାଜପେୟ ଯଜ୍ଞ ସମାନ ଫଳ ପ୍ରାପ୍ତି କରିଥାଏ । ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଜୀବନରେ କଠିନରୁ କଠିନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଲୋକନାଥଙ୍କ ପଙ୍କୋଦ୍ଧାର : ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମହାଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ବିଶେଷ ମହତ୍ୱ ରଖିଥାଏ । ବର୍ଷତମାମ ଭଗବାନ ଲୋକନାଥଙ୍କ ଲିଙ୍ଗ ଜଳ ଏବଂ ପଙ୍କରେ ବୁଡ଼ି ରହିଥାଏ । ମହାଶିବରାତ୍ରୀ ପୂର୍ବରୁ ପଡ଼ୁଥିବା ପଙ୍କୋଦ୍ଧାର ଏକାଦଶୀ ଦିନ ଲୋକନାଥଙ୍କ ପୀଠରେ ପଙ୍କ ଏବଂ ଜଳ କଢ଼ାଯାଇଥାଏ । ଫଳରେ ମହାପ୍ରଭୁ ଲୋକନାଥ ବାହାରକୁ ଦେଖାଯାଇଥାନ୍ତି । ପରେ ମହାଶିବରାତ୍ରୀ ଅବସରରେ ତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ପଙ୍କୋଦ୍ଧାର ଏକାଦଶୀ ଅବସରରେ ଭଗବାନ ଲୋକନାଥଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

“ବରେଣ୍ୟ ବାଣୀ’ ପିସି ସରକାର ଲେନ୍, ଅରୁଣୋଦୟ ମାର୍କେଟ, କଟକ, ଦୂରଭାଷ : ୯୪୩୭୦୩୧୨୫୩

Leave a Reply