Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬୦ଟି ସ୍ଥାନରେ ‘ଏନ୍ଆଇଏ’ ଚଢ଼ଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬୦ଟି ସ୍ଥାନରେ ‘ଏନ୍ଆଇଏ’ ଚଢ଼ଉ

ବେଙ୍ଗାଲୁରୁ: ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଆଇଏସ୍ଆଇଏସ୍’ ସହିତ ସମ୍ପୃକ୍ତି ଥିବା ସନେ୍ଦହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଆଜି କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳର ପ୍ରାୟ ୬୦ଟି ସ୍ଥାନରେ ଚଢ଼ଉ କରିଛି । ଗତବର୍ଷ ତାମିଲନାଡୁର କୋଇମ୍ବାଟୁର ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁରେ ହୋଇଥିବା ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ମାମଲାରେ ଏହି ଚଢ଼ଉ ଓ ତଲାସ ଚାଲିଥିବା କଥା ଜଣାପଡ଼ିଛି । ଗତବର୍ଷ ଅକ୍ଟୋବର ମାସରେ କୋଇମ୍ବାଟୁରରେ ହୋଇଥିବା ବିସ୍ଫୋରଣରେ ଜାମେଜା ମୁବିନ୍ ନାମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ‘ଆଇଏସ୍ଆଇଏସ୍’ ସହିତ ସମ୍ପୃକ୍ତି ଅଭିଯୋଗରେ ମୁବିନ୍ଙ୍କୁ ପୁଲିସ ୨୦୧୯ରେ ପଚାର ଉଚରା କରିଥିଲା । କେରଳରେ ୫ଟି ସ୍ଥାନରେ ଓ କର୍ଣ୍ଣାଟକର କେତେକ ସ୍ଥାନ ସମେତ ତାମିଲ୍ନାଡୁର ଚେନ୍ନାଇରେ ୩୫ଟି ସ୍ଥାନରେ ‘ଏନ୍ଏଆଇ’ ଚଢଉ ଜାରି ରଖିଥିବା କଥା ଉପରୋକ୍ତ ସୂତ୍ରରୁ ଜଣାପଡ଼ିଛି । ଆତଙ୍କବାଦୀ ଭାବେ ଦୀକ୍ଷିତ ହୋଇଛନ୍ତି ବୋଲି କୁହାଯାଉଥିବା ସନ୍ଦିଗ୍ଧ ‘ଆଇଏସ୍ଆଇଏସ୍’ ସମର୍ଥକଙ୍କ ବିରୋଧରେ ‘ଏନ୍ଆଇଏ’ ଚଢ଼ଉ କରୁଛି । ଉପରୋକ୍ତ ଦୁଇ ବିସ୍ଫୋରଣ ଘଟଣାରେ ସେମାନଙ୍କର କିଛି ଯୋଗସୂତ୍ର ଥାଇପାରେ ବୋଲି କୁହାଯାଉଛି । କୋଇମ୍ବାଟୁର କାର୍ ସିଲିଣ୍ଡର ବିସ୍ଫୋରଣ ଘଟଣା ଲାଗି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ କୋଇମ୍ବାଟୁର ଏବଂ ମୌଲାଦୁତୁରାଇରେ ଚଢଉ କରୁଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି । ସେହିପରି ତାମିଲନାଡୁର ଏକାଧିକ ଅଞ୍ଚଳରେ ମଧ୍ୟ ଚଢ଼ଉ ଜାରି ଥିବା କଥା ‘ଏଏନ୍ଆଇ’ କହିଛି ।

Leave a Reply