Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିଜାବ ନ ପିନ୍ଧିବାରୁ ନିର୍ବାସିତ ଜୀବନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିଜାବ ନ ପିନ୍ଧିବାରୁ ନିର୍ବାସିତ ଜୀବନ

ତେହେରାନ୍: ଇରାନ୍ ଚେସ୍ ଖେଳାଳି ସାରା ଖାଦେମ ପରିବାର ସହ ସାଉଥର୍ନ ସ୍ପେନ୍ରେ ନିର୍ବାସିତ ଜୀବନ କାଟୁଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସେ ରହୁଥିବା ଜାଗାର ଠିକଣା ବା ଲୋକେଶନ୍ ବାହାରେ ପ୍ରଘଟ ନ କରିବା ଲାଗି ସାରା ଗଣମାଧ୍ୟମକୁ କହିଛନ୍ତି । ଏକାଧିକ ଅନ୍ତର୍ଜାତୀୟ ଗଣମାଧ୍ୟମିରେ ପ୍ରକାଶିତ ଖବର ଅନୁସାରେ ସାରାଙ୍କୁ ଗିରଫ କରିବା ପାଇଁ ଇରାନ୍ ସରକାର ଚାହିଁ ବସିଛନ୍ତି । ଏହାଛଡ଼ା ସାରାଙ୍କୁ ବହୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବା କୁହାଯାଉଛି । ତାଙ୍କ ଅଭିଭାବକ ଏବଂ ସମ୍ପର୍କୀୟ ଇରାନ୍ରେ ଥିବାବେଳେ ସେମାନଙ୍କ ମଧ୍ୟ ଧମକାଚମକା କରାଯାଉଥିବା ଖବର ପ୍ରକାଶ ପାଇଛି ା

Leave a Reply