Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଲୱାମା ଆକ୍ରମଣକୁ ପୁରିଲା ୪ବର୍ଷ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ସାରା ଦେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଲୱାମା ଆକ୍ରମଣକୁ ପୁରିଲା ୪ବର୍ଷ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ସାରା ଦେଶ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣକୁ ମଙ୍ଗଳବାର ପୁରିଛି ୪ବର୍ଷ । ସାରା ଦେଶ ଭାରତୀୟ ଯବାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ମନେ ପକାଇବା ସହ ଏହି ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ସେଦିନ ଥିଲା ୨୦୧୯ ମସିହା ଫେବୃଆରୀ ୧୪ତାରିଖ । ପ୍ରତିବର୍ଷ ଭଳି ସେବର୍ଷ ବି ଯୁବପୀଢ଼ି ଭାଲେଣ୍ଟାଇନ ଡେ’ ପାଳନରେ ମାତି ଯାଇଥିଲେ । ହେଲେ ହଠାତ୍ ଅପରାହ୍ନ ୩ଟାରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ସାରା ଦେଶରେ ଖେଳିଯାଇଥିଲା ଶୋକର ଛାୟା । ଲିଭିନି ସେହି କରାଳ କାଳିମାର ଦିନ । କେହି କିଛି ବୁଝିବା ଆଗରୁ ନିମିଷକ ମଧ୍ୟରେ ସବୁ କିଛି ଏପାଖସେପାଖ ହୋଇଯାଇଥିଲା । ସମଗ୍ର ଦେଶବାସୀଙ୍କୁ ଲାଗି ଥିଲା ଶକ୍ତ ଝଟ୍କା । ଜାମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଯାଇଥିଲେ ୪୨ ସିଆର୍ପିଏଫ୍ ଯବାନ । ଏବେ ବି ସେହି ଆକ୍ରମଣ କଥା ମନେ ପଡିଲେ ଦେହ ଶୀତେଇ ଉଠେ । ଜାମୁ କାଶ୍ମୀରୁ ଶ୍ରୀନଗର ଯାଉଥିଲା ସିଆର୍ପିଏଫ୍ ଯବାନଙ୍କ ଗାଡି । ହେଲେ ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ସିଆରପିଏଫ୍ ଏକ ଗାଡିକୁ ଧକ୍କା ଦେବା ଫଳରେ ଘଟିଥିଲା ବଡ ଧରଣର ବିସ୍ଫୋରଣ । ଆଉ ସିଆର୍ପିଏଫ୍ ଯବାନଙ୍କ ଗାଡି ଧ୍ୱଂସ ପାଇବା ସହ ଯବାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଏବେ ବି ସେହି ଆକ୍ରମଣର ଦୃଶ୍ୟ ଦେଶବାସୀଙ୍କ ଆଖି ଆଗରେ ନାଚି ଯାଉଛି । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ । ଦେଶ ପାଇଁ ଜୀବନ ଦେଇ ଥିବା ଶହୀଦଙ୍କୁ ଆଜି ବି ଝୁରୁଛି ମାଟି ଆଉ ଦେଶ । ଦେଶ ପାଇଁ ହସିହସି ପ୍ରାଣ ବଳୀ ଦେଇଥିବା ସେହି ଶହୀଦଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ସେମାନଙ୍କ ପରିବାର ଆଉ ମାତୃଭୂମି । ଏହି ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା ବେଳେ ଏହା ପଛରେ ଜାମୁ କାଶ୍ମୀରର ଜଣେ ଯୁବକଙ୍କ ସଂପୃକ୍ତି ମଧ୍ୟ ରହିଥିବା ଜଣାପଡିଥିଲା ।

Leave a Reply