Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୂଳ ଭାରତୀୟ ବିବେକ ରାମସ୍ୱାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୂଳ ଭାରତୀୟ ବିବେକ ରାମସ୍ୱାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ୱାଶିଂଟନ : ମୂଳ ଭାରତୀୟ ବିବେକ ରାମସ୍ୱାମୀ ୨୦୨୪ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି । ଯଦି ବିବେକ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷିତ ହୁଅନ୍ତି ତେବେ ଭାରତୀୟ ମୂଳରୁ ଦୁଇଜଣ ବ୍ୟକ୍ତି ଏହି ଦୌଡ଼ରେ ସାମିଲ ହେବେ । ୨୦୨୪ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତୀୟ ମୂଳ ନିକ୍କି ହାଲି ମଧ୍ୟ ଘୋଷଣା କରିଛନ୍ତି । ସେ ବୁଧବାର ଠାରୁ ମଧ୍ୟ ତାଙ୍କର ଅଭିଯାନ ଆରମ୍ଭ କରିବେ । ବିବେକ ଜଣେ କୋଟିପତି ବ୍ୟବସାୟୀ ଏବଂ ବର୍ତ୍ତମାନ ସେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ନେଇ ଚର୍ଚ୍ଚା ହେବା ଆରମ୍ଭ କରିଛି । ଆମେରିକାର ଆୟୋୱା ରାଜ୍ୟରେ ସେ ଏହି ବିଷୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବେ । ସେ କହିଛନ୍ତି ଯେ ଏହା ବିଷୟରେ ମୁଁ ଗମ୍ଭୀର ଭାବରେ ଚିନ୍ତା କରୁଛି । ବିବେକଙ୍କ ପିତା ଜଣେ ଜେନେରାଲ ଇଲେକ୍ଟ୍ରିକ ଇଞ୍ଜିନିୟର ଥିଲେ ଏବଂ ସେ ଭାରତରୁ ଆମେରିକା ଆସିଥିଲେ । ତାଙ୍କ ମା ଜଣେ ମାନସିକ ରୋଗ ବିଶେଷଜ୍ଞ ଥିଲେ । ବିବେକ ଆମେରିକାର ସିନସିନାଟିରେ ଜନ୍ମଗ୍ରହଣ କରିଥିଲେ । ହାର୍ଭାର୍ଡ ଏବଂ ୟେଲ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କରିଥିବା ବିବେକଙ୍କ ସମ୍ପତ୍ତି ପରିମାଣ ପାଖାପାଖି ୫୦୦ ମିଲିୟନ ଡଲାର । ବିବେକ ଏକ ବାୟୋଟେକ କମ୍ପାନୀର ମାଲିକ ।

Leave a Reply