Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କୀ ଅବଦୁଲ୍କୁ ସଜା -୭ ବର୍ଷ ୫ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଲେ ପଟିଆଲା ହାଉସ କୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କୀ ଅବଦୁଲ୍କୁ ସଜା -୭ ବର୍ଷ ୫ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଲେ ପଟିଆଲା ହାଉସ କୋର୍ଟ

ଦିଲ୍ଲୀ :ମଙ୍ଗଳବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଲ କାଏଦା ଲିଙ୍କରେ ଦୋଷୀ ଅବଦୁଲ ରେହମାନକୁ ସଜା ଶୁଣାଇଛନ୍ତି । ଅବଦୁର ରେହମାନକୁ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ରେହମାନଙ୍କ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ । ସେମାନେ ହେଲେ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିକୁ ସମାନ ଦଣ୍ଡ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅବଦୁର ରେହେମାନଙ୍କ ସହ ଅନ୍ୟ ୩ ତିନି ଅଭିଯୁକ୍ତଙ୍କୁ ସାଢେ ୭ ବର୍ଷର ସଜା ଶୁଣାଇଛନ୍ତି । ଅବଦୁର ରେହେମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି ।ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଜା ଶୁଣାଇଛନ୍ତି । ଦୋଷୀମାନଙ୍କୁ ୭ ବର୍ଷ ୫ମାସ ସଶ୍ରମ କାରାବାସ ସହିତ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଦେଶ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଚାରିଜଣ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ସେମାନଙ୍କ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଦିଲ୍ଲୀ ପଟିଆଲା କୋର୍ଟ ଏହି ରାୟ ଶୁଣାଇଛନ୍ତି । ଦୋଷୀଙ୍କ ଭିତରେ କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁଲରେହମାନ ରହିଛି । ସେ ପାକିସ୍ତାନ ଯାଇ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିବା ପ୍ରମାଣିତ ହୋଇଥିଲା । ୨୦୧୫ରେ ଦିଲ୍ଲୀ ପୁଲିସ ଆତଙ୍କବାଦୀ ଲିଂକରେ ଏହି ୪ଜଣଙ୍କୁ ଗିରଫ କରିଥିଲା । ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଥିଲା । ହେଲେ ଆଜି ସମସ୍ତ ୪ଜଣ ଆଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଜୋରିମାନା କରାଯାଇଛି । ପୂର୍ବରୁ ସମସ୍ତ ଅଭିଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଆଭିଯୋଗ ହୋଇଥିଲା । ଘଟଣାକୁ ନେଇ ପୋଲିସ ତନାଘନା କରିବା ସହ ୪ଜଣଙ୍କୁ ଗିରଫ କରିଥିଲା । ଗିରଫ ୪ଜଣଙ୍କ ମଧ୍ୟରେ ରହିଥିଲା କଟକର ଅବଦୁଲ ରେହମାନ । ସେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା । ପାକିସ୍ତାନ ଯାଇ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିଲା ଅବଦୁର । ଏହା ପ୍ରମାଣିତ ହେବା ପରେ ୨୦୧୫ରେ ତାକୁ ପୋଲିସ ଗିରଫ କରିଥିଲା ।

Leave a Reply