Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତିଗତ ବୈଷ୍ୟମତା ପ୍ରସାରିତ କରିଥିବା ବ୍ୟକ୍ତି ଓ ସଂଗଠନ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ : ଏବିଭିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତିଗତ ବୈଷ୍ୟମତା ପ୍ରସାରିତ କରିଥିବା ବ୍ୟକ୍ତି ଓ ସଂଗଠନ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ : ଏବିଭିପି

ଭୁବନେଶ୍ୱର : ଏବିଭିପି ଓଡ଼ିଶାର ରାଜ୍ୟ କାର୍ଯ୍ୟାଳୟ ମନ୍ତ୍ରୀ ସଞ୍ଜିତ ସାହଙ୍କ ଦ୍ୱାରା ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଉକ୍ରଳ ବିଶ୍ୱବିଦ୍ୟାଳୟ କୁ କିପରି ଭାବେ ଜାତିଗତ ବିଦ୍ୱେସ ସୃଷ୍ଟିକାରୀ ସଂସ୍ଥା ମାଧ୍ୟମରେ ଛାତ୍ରବିରୋଧୀ ତଥା ସମାଜବିରୋଧୀ କାର୍ଯ୍ୟରେ ବ୍ୟବହାର କରାଯାଇଛି ଓ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ରାଜ୍ୟ ପୋଲିସ ପ୍ରଶାସନ କିପରି ଘଣ୍ଟ ଘୋଡାଇ ଏହା ବିରୋଧରେ ସ୍ୱର ଊତ୍ତୋଳନ କରିଥିବା ଏବିଭିପି ର ଛାତ୍ରମାନଙ୍କ ଉପରେ ଦମନଲୀଳା କରିଛନ୍ତି ସେ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି । ଗତ ରବିବାର ଦିନ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଘଟିଥିବା ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱବିଦ୍ୟାଳୟରେ ଗୋଟିଏ ସଂଗଠନ ନାମରେ ଅନୁମତି ନେଇ ଆଉ ଗୋଟିଏ ସଙ୍ଗଠନ ନିଜର କାର୍ଯ୍ୟକ୍ରମ ଆୟୋଜନ କରୁଥିଲା । ଗତ ୮ ଫେବୃଆରୀ ଉକ୍ରଳ ଆଇନ ମହାବିଦ୍ୟାଳୟର ନୋଟିସ ବୋର୍ଡରେ ଏକ ନୋଟିରେ Institute of Human Rights Education ଉକ୍ରଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ହଲରେ ୧୦.୩୦ ସମୟରେ ଏକ ସେମିନାର ଆୟୋଜିତ ହେବ ବୋଲି ସୂଚନା ମିଳିଲା । ଏହି ଭଳି ମିଥ୍ୟା ତଥ୍ୟ ଦେଇ ଛାତ୍ରଛାତ୍ରଙ୍କୁ କାର୍ଯ୍ର୍ୟକ୍ରମରେ ଯୋଗ ଦେବାକୁ ସୂଚନା ଦିଆଯାଇଛି । କିନ୍ତୁ ସେଠାରେ Citizen Forum Odisha ସେମିନାର ଆୟୋଜନ କରୁଥିଲା । ଏଥିରୁ ସେମାନଙ୍କର ସତ୍ୟତା ପ୍ରମାଣିତ ହେଉଛି । ଯେତେବେଳେ ଦେଶରେ ସମସ୍ତେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱାଗତ କରୁଛନ୍ତି । ସେହି ସମୟରେ ତା ବିଷୟରେ ଭ୍ରାନ୍ତ ଧାରଣା ସରୁଷ୍ଟି କରିବା ଜାତି ଜାତି ଭେଦ ଭାବ ଉପରେ ଜେଏନୟୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ସୁରଜିତ ମଜୁମଦାର ଭାଷଣ ଦେଇଥିଲେ । ଦେଶରେ ଏହି ଭଳି କାର୍ଯ୍ୟ କରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ ଚେଷ୍ଟା ହୋଇସାରିଛି । ସେଠାରେ ଉପସ୍ଥିତ ଆଲୁମିନି ଓ ଛାତ୍ରଛାତ୍ରୀମାନେ ପ୍ରଶ୍ନ ପଚାରିବାରୁ ଉତ୍ତରନ ଦେଇ ପ୍ରଥମେ ଆୟୋକମାନେ ସେମାନଙ୍କୁ ଧକା ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି କହୁଛନ୍ତି କିଏ କାର୍ଯ୍ୟକ୍ରମ କରୁଥିଲା, କିଏ ଜେଏନୟୁ ରୁ ଆସିଥିବା ସେ ଜାଣି ନାହାଁନ୍ତି । ଅପରପକ୍ଷରେ ଉତ୍କଳ ଆଇନ ମହାବିଦ୍ୟାଳୟର ନୋଟିସ ଜଣାଇ ଦେଉଛି ଯେ ଏହି କାର୍ଯ୍ୟକ୍ରମ ମିଥ୍ୟା ସୂଚନା ଦେଇ ଆୟୋଜିତ ହୋଇଛି । ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବିଷୟରେ ଜବାବ ଦେବାର ଆବଶ୍ୟକତା ଅଛି ଯେ କେଉଁଭଳି ଭାବେ ଗୋଟେ ସଂଗଠନ ନାମରେ ଅନୁମତି ଆଣି ଆଉ ଗୋଟେ ସଂଗଠନ ସେଠାରେ ସଭା ଆୟୋଜିତ କରୁଥିଲା । ସେହି ଭଳି ପୋଲିସକୁ ଉଭୟ ପକ୍ଷରୁ ଏଫଆଇଆର୍ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମରେ ହିଁ ଉପସ୍ଥିତ ନଥିଲେ ତାଙ୍କୁ ପୋଲିସ ରାତି ଅଧରେ କାହଁକି ଗିରଫ କଲା ? ଗିରଫ ପରେ ମଧ୍ୟ ପୋଲିସ ଅମାନୁଷିକ ଭାବେ ତାଙ୍କୁ ମାଡ ମାରିଛି । ଏବିପିଭି ଓଡିଶାର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ସ୍ପଷ୍ଟ କରିବାର ଆବଶ୍ୟକତା ଅଛି ଯେ କାହଁକି ଗୋଟେ ଅନୁଷ୍ଠାନ ଅନୁମତି ନେଇ ଆଉ ଗୋଟିଏ ଅନୁଷ୍ଠାନ ସେଠି କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । ପଛରେ କଣ ଉଦେ୍ଦଶ୍ୟ ଥିଲା ପୋଲିସ କାହଁକି ଏକ ତରଫା କାର୍ଯ୍ୟାନୁଷ୍ଠାନ ନେଇଛି ଅପର ପକ୍ଷ ବିପକ୍ଷରେ ହୋଇଥିବା ଏଫଆଇଆର୍ ଆଧାରରେ କାହଁକି ଏପର୍ଯ୍ୟନ୍ତ ତଦନ୍ତ କରୁନାହିଁ କି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଯେଉଁ ପୋଲିସମାନେ ଗିରଫ ହୋଇଥିବା ସଂଜୟ ମଲ୍ଲିକଙ୍କୁ ମାଡ ମାରିଛନ୍ତି ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Leave a Reply