ବରାଡିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚତୁର୍ବିଂଶତି ତମ ବାର୍ଷିକ ଉତ୍ସବ ପାଳିତ

ରାଜକନିକା: ରାଜକନିକା ଅଞ୍ଚଳ ବରାଡିଆ ଠାରେ ୧୯୯୮ ମସିହାରୁ ସ୍ଥାପିତ ହୋଇ ଓଡିଶା ଶିକ୍ଷାବିକାଶ ସମିତି ଅନୁବନ୍ଧିତରେ ପ୍ରତିଷ୍ଠା ଲାଭ କରି ବହୁ ପ୍ରତିଭା ସୃଷ୍ଟି କରି ଆଜି ତା’ର ଚତୁର୍ବିଂଶତି ତମ ବାର୍ଷିକ ଉତ୍ସବ ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଜକନିକା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଶିକ୍ଷା ଓ ତା’ର ବିକାଶ ଉଦେ୍ଦଶ୍ୟରେ ଉପାଦେ । ବକ୍ତବ୍ୟ ରଖିଥିବା ବେଳ, ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତିର କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ କପିଳ ଚରଣ ମିଶ୍ର ଯୋଗଦେଇ ଆଜିର ଯୁବପିଢ଼ି ବିପଥଗାମୀ, ପରମ୍ପରାକୁ ବଞ୍ଚେିଇ ରଖିଲେ ଉଗ୍ର ଆଧୁନିକôରେ ବିପଥଗାମୀ ଯୁବପିଢ଼ିଙ୍କୁ ଜଣେ ଭଲ ମଣିଷ କରିବା ଦିଗରେ ମା’ ମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରାଡିଆ ଗ୍ରା:ପ:ର ସରପଞ୍ଚ ସଂଯୁକ୍ତା ବେହୁରା ଯୋଗ ଦେଇ ଶିଶୁମନ୍ଦିର ନିତି ଆଦର୍ଶ କଥା କହିଥିଲେ । ଔପ·ରିକ ଦୃଷ୍ଟିରୁ ପ୍ରଧାନ ଆ·ର୍ଯ୍ୟ ଶ୍ରୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବାଘବୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ତ୍ରିଲୋଚନ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିପରି ବିଦ୍ୟାଳୟର ସଭାପତି ଶିକ୍ଷାବିତ ଲକ୍ଷ୍ମୀଧର ମିଶ୍ର ମଞ୍ଚାସୀନ ହୋଇ ବିଦ୍ୟାଳୟ ଗୁରୁଜୀ ଗୁରୁମା ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ପ୍ରରିପ୍ରେକ୍ଷିରେ ଗୁରୁଜୀ ବିବେକାନନ୍ଦ ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ସମସ୍ତ ବର୍ଗର କୃତିôବ ହାସଲ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନକରି ସମ୍ବ୍ର୍ଦ୍ଧିତ କରିଥିଲେ । ଶେଷରେ ବିଦ୍ୟାଳୟର କୁନିକୁନି ଛାତ୍ର-ଛାତ୍ରୀ ମାନଙ୍କ ଦ୍ାରା ନାଚ, ଗୀତ, ଯୁଗସଙ୍ଗୀତ ଓ ନାଟକ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଲିପିକ ଓ କୋଷପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *