Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଜଟଣୀ: ଜଟଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରସନ୍ନ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ନାଇଜର ନିଦେ୍ର୍ଦଶକ ଡ. ସୁଧାକର ପଣ୍ଡା, ଭାରତୀୟ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ଡ. ସୁଜିତ ରାୟ, ଖୋର୍ଦ୍ଧାରୋଡ଼ ରେଳଡିଭିଜନ ଏଡିଆରଏମ୍ ଅଶୋକ କୁମାର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ଅତିଥିଭାବେ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ମାନସରଞ୍ଜନ ଜେନା ବିବରଣୀ ପାଠ କରିଥିବା ବେଳେ ସଂପାଦକ ଅଶୋକ କୁମାର ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ । ୨୦ ବର୍ଷରୁ ଊଦ୍ଧ୍ୱର୍ ସେବା ଯୋଗାଇ ଆସିଥିବା ଶିଶୁବିଦ୍ୟା ମନ୍ଦିରର ୧୦ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply