Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତୀ ଭାଙ୍ଗିଲେ ଦୁର୍ବୃତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତୀ ଭାଙ୍ଗିଲେ ଦୁର୍ବୃତ


ଢାକା : ବାଂଲାଦେଶରେ ପୁଣି ହିନ୍ଦୁ ବିଦ୍ୱେଶୀ ଆକ୍ରମଣ । ମନ୍ଦିର ଭିତରେ ପଶି ଭାଙ୍ଗିଲେ ହିନ୍ଦୁ ଦେବାଦେବୀଙ୍କ ମୂର୍ତି । ୧୨ଟି ମନ୍ଦିରରେ ପଶି ୧୪ଟି ମୂର୍ତୀ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ । ବାଂଲାଦେଶ ଉତରାଂଚଳ ଠାକୁରଗାଓଁ ଜିଲ୍ଲାର ବାଲିଆଡାଙ୍ଗୀ ଉପଜିଲ୍ଲାରେ ଫେବୃଆରୀ ୫ ତାରିଖ ସକାଳେ ଏଭଳି ଘଟଣା ଘଟିଛି । ଉପଜିଲ୍ଲା ଅଧିନରେ ଥିବା ଧନ୍ତଳା, ପରିଆ ଏବଂ ·ରୁଲରେ ଅଜଣା ଦୁର୍ବୃତମାନେ ମନ୍ଦିର ବିତରେ ପଶି ଭଙ୍ଗାରୁଜା କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ଦେଇ ବାଲିଆଡାଙ୍ଗି ପୁଲିସ ଷ୍ଟେସନ ଅଫିସର ଇନ୍ଚାର୍ଜ ଖଇରୁଲ ଆନମ କହିଛନ୍ତି ଉପଜିଲ୍ଲା ଅଧିନରେ ଧନ୍ତଳା, ପରିଆ ଓ ·ରୁଲ ୟୁନିୟନରେ ଏହି ଆକ୍ରମଣ ଘଟିଛି । ଏହି ଦୁର୍ଘଟଣାରେ ସାମିଲ୍ ଥିବା ଲୋକଙ୍କୁ ପୁଲିସ ଧରିବାକୁ ଚେଷ୍ଟା କରୁଛି ବୋଲି ଆନମ କହିଛନ୍ତି । ଏହି ୩ଟି ସ୍ଥାନ ରାସ୍ତା ନିକଟବର୍ତି ରହିଥିବା ବେଳେ ବିପଦପ୍ରବଣ ଭାବରେ ଥିଲା । ·ରୁଲ ୟୁନିୟନ ପରିଷଦ ଚେୟାରମ୍ୟାନ୍ ଦିଲ୍ଲୀପ କୁମାର ·ଟାର୍ଜୀ ଘଟଣାର ସତ୍ୟତା ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁଁ ଘଟଣା ସ୍ଥଳରେ ପହଁଚି ତଦାରଖ କରିଥିଲି । ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲି ।

Leave a Reply