ଶିଶୁମନ୍ଦିରରେ ସମ୍ଭାଗସ୍ତରୀୟ କାର୍ଯ୍ୟଶାଳା


ସାଉଥବଲଣ୍ଡା: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ଦିବସୀୟ ସମ୍ଭାଗସ୍ତରୀୟ ସମ୍ପାଦକ, କୋଷାଧ୍ୟକ୍ଷ, ପ୍ରଧାନାଚାର୍ଯ୍ୟ ଓ କାର୍ଯ୍ୟାଳୟ ପ୍ରମୁଖ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ମଧ୍ୟ ସମ୍ଭାଗ ଅନୁଗୋଳଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ମାର୍ଗଦର୍ଶକ ଭାବରେ ପ୍ରାନ୍ତ ବିଦ୍ୱତ ପରିଷଦ ସଂଯୋଜକ ଅଶ୍ୱିନୀ କୁମାର ନାୟକ, ସମ୍ଭାଗ କାର୍ଯ୍ୟାଳୟ ସହାୟକ ଚିନ୍ମୟ କୁମାର ପାଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟତମ ମାର୍ଗଦର୍ଶକ ଭାବରେ ଶିକ୍ଷା ବିକାଶ ସମିତିଙ୍କ ସହବନ୍ଧିତ ଅଡିଟର ଶତ୍ରୁଘନ ନାୟକ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଅତିଥିମାନଙ୍କୁ ଉତ୍ତରୀୟ ଓ ଶ୍ରୀଫଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଗୋଳ ବିଭାଗ ନିରୀକ୍ଷକ ବିରଞ୍ଚô ନାରାୟଣ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସମ୍ଭାଗ ସମ୍ପାଦକ ଶ୍ରୀ ପୃଷ୍ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁଡିକରେ ହେଉଥିବା ବିଭିନ୍ନ ଆର୍ଥିକ ସମସ୍ୟା ତଥା ଏହାର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୟ କରାଯାଇଥିବା ବିଭିନ୍ନ ନିୟମ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ତାହା ସହିତ ବିଦ୍ୟାଳୟଗୁଡିକର ଅଡିଟ୍ କରାଯାଇ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବା, ଆୟକର ରିଟର୍ଣ୍ଣ ଦାଖଲ କରିବା ତଥା କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ନ ଦେବା ପାଇଁ ଅନଲାଇନ ମାଧ୍ୟମରେ ଆର୍ଥିକ କାରବାର କରିବା ପାଇଁ ଉପସ୍ଥିତ ଅଧିକାରୀମାନେ ମାର୍ଗଦର୍ଶନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ୩୯ଟି ଶିଶୁମନ୍ଦିରର ୮୯ଜଣ ସମ୍ପାଦକ, କୋଷାଧ୍ୟକ୍ଷ, ପ୍ରଧାନ ଆଚାର୍ଯ୍ୟ ଓ କାର୍ଯ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅନୁଗୋଳ ବିଭାଗ ନିରୀକ୍ଷକ ବିରଞ୍ଚô ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *