Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ହିଁ ବିଶ୍ୱର ହୃଦୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ହିଁ ବିଶ୍ୱର ହୃଦୟ


ଜୟପୁର: ପୁରୀ ଗୋବର୍ଧନ ମଠର ପୀଠାଧୀଶ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟପୁର ଆଗମନ ଏବଂ ପ୍ରବାସ ଅବଶୋରରେ ଜୟପୁର ଦଶହରା ପଡିଆ ଠାରେ ଆୟୋଜିତ ଫେବୃଆରୀ ୬ ତାରିଖ ଦିନ ହିନ୍ଦୁରାଷ୍ଟ୍ର ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଅବଶୋରରେ ଅନ୍ୟାନ୍ୟ ସାଧୁ ସନ୍ଥଙ୍କ ସହ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ, ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ, ସ୍ୱାମୀ ବିଶ୍ୱାମିତ୍ର ନନ୍ଦଗିରି, ଆ·ର୍ଯ୍ୟ ବିନୟ ପ୍ରମୁଖ ଉପସ୍ଥିତ ଥିଲେ । ଜଗତଗୁରୁ କହିଥିଲେ ଜୀବନ ପାଇଁ ଜୀବିକା ହେଉ କିନ୍ତୁ ଜୀବିକା ପାଇଁ ଜୀବନ ନହେଉ, କେବଳ ଭାରତ ହିଁ ବିଶ୍ୱର ହୃଦୟ, ମଣିରତ୍ନମାଳା । ଭାଗବତ ଗୀତାରେ ବର୍ଣ୍ଣିତ ସମସ୍ତ ବିଷୟ ହିଁ ମାନବ ସମାଜର ସର୍ବସ୍ୱ, ଗାଢ଼ ନିଦ୍ରା ସୁସୁପ୍ତିରୁ ହୁଏ ଏବଂ କାହାକୁ ଦୁଃଖ ପ୍ରାପ୍ତ ନହେଉ । ସମସ୍ତେ ଆନନ୍ଦରେ ରୁହନ୍ତୁ । ଭଜା ଚଣା ସୁସ୍ୱାଦୁ କିନ୍ତୁ ଏହାକୁ ବୁଣିଲେ ଗଜା ହୁଏ ନାହିଁ କିନ୍ତୁ ସାଧୁ ସନ୍ଥ ଭଜା ଚଣା ନୁହଁନ୍ତି ସନ୍ଥଙ୍କ ବଚନ ରୁପି ଚଣାକୁ ବୁଣିଲେ ଗଜା ହୋଇ ବିଶାଳ ବୃକ୍ଷରୁପ ଧାରଣା କରି ମାନବ ସମାଜର କଲ୍ୟାଣରେ ଲାଗିବ, ଗୋବଂଶକୁ ହତ୍ୟା କରି ଲୋପ କରୁଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ନଦେବା ଏବଂ ଗୋବଂଶ ରକ୍ଷା ହେଲେ ପର୍ଯ୍ୟାବରଣ ସନ୍ତୁଳିତ ରହିବ, ସ୍ୱେଦେଶୀ ହେବା ସହ ସ୍ୱେଦେଶୀ ବସ୍ତୁ କିଣିବା, ଅଖଣ୍ଡ ଭାରତ ଦେଶକୁ ଚଉଦ ଥର ବିଭାଜିତ କାରାଯାଇଛି । ବିଭାଜିତ ହୋଇଥିବା ରାଷ୍ଟ୍ରର ହିନ୍ଦୁ ମାନେ ଧନ ସଂଚୁଥିଲେ କିନ୍ତୁ ପରବର୍ତୀ ସମୟରେ କେଶର ·ଷ ହେଉଥିବା ଜମି ଛାଡି ଆସିବାକୁ ପଡିଲା,ଶ୍ରୀରାମ ଭକ୍ତଙ୍କୁ ଗୁଳି କରି ମାରିଥିବା ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ଉପାଧି ଦେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ, ତତ୍ୱଜ୍ଞାନ ଦ୍ୱାରା ଭଗବାନ ଦୁଃଖ ହରଣ କରନ୍ତି ଭକ୍ତଙ୍କ ପାଖରେ ଭଗବାନ ନିଜ କୁ ନିଜେ ସମର୍ପି ହୋଇଯାଆନ୍ତି । ଯଦି ବାଲ୍ୟ କାଳରୁ ଭୁଲ ଅଭ୍ୟାସ କାରାଯାଏ ସେହି ଭୁଲକୁ ବାରମ୍ବାର ବାରମ୍ବାର ଦୋହରାଇବ ତେଣୁ ପ୍ରଥମରୁ ହିଁ ଭୁଲ ଅଭ୍ୟାସ ବନ୍ଦ କରନ୍ତୁ । ଜଣେ ଜଣେ ସନାତନୀଙ୍କ ପାଖରେ ଏକଶହ ଆଟମବମ୍ବ ଶକ୍ତି ଅଛି ମୃତ୍ୟକୁ ଡରନ୍ତୁ ନାହିଁ, ଯେଉଁ ମାନେ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ହୋଇଯାଇଛନ୍ତି ସେମାନେ ପୁଣିଥିରେ ବିଶ୍ୱର ପ୍ରଥମ ସନାତନ ଧର୍ମକୁ ଫେରିଆସିବାକୁ କହିଥିଲେ । ଏହି ହିନ୍ଦୁ ରାଷ୍ଟ୍ରଧର୍ମ ସଭା ଟିକୁ ଜଗତଗୁରୁଙ୍କ ଜୟପୁର ଆଗମନ କମିଟି ଆୟୋଜନ କରିଥିଲେ । ସ୍ୱାଗତ ସମ୍ଭାଷଣରେ ଡ଼. ପରେଶ ରଥ ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟରେ ଆମ ଦଣ୍ଡକାରଣ୍ୟ ଦେଇ ଯାଇଥିଲେ ଗୁପ୍ତେଶ୍ୱର ମହାଦେବଙ୍କୁ ପୂଜା ଅର୍ଚନା କରିବା ସହ ବର୍ତମାନ ମାଲକାନଗିରି ଜିଲ୍ଲା ଅଧୀନରେ ଥିବା ଆମାକୁଣ୍ଡ ଠାରେ ଦେବୀ ସୀତା ସ୍ନାନ କରିଥିବା ସଠିକ ଯୁକ୍ତି ଉପସ୍ଥାପିତ କରିଥିଲୋ ଯାହା ଆଜି ଦିନରେ ମଧ୍ୟ ଅବହେଳିତ ହୋଇ ରହିଛି । ଏହି ଧର୍ମସଭାରେ ଦଶ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Leave a Reply