ସାଧୁତାର ପରିଚୟ


ଢ଼େଙ୍କାନାଳ:ଆଜି ବି ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଶୁଣିଲେଟିକେ ଖୁସି ଲାଗେ । ଯେମିତି ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇଛନ୍ତି ଗଁନ୍ଦିଆ ଥାନା ଅନ୍ତର୍ଗତ ମନ୍ଦିର ଗ୍ରାମର ଗଗନ ଦେହୁରୀ ଓ ତାର ପନôୀ ମାଳତୀ ଦେହୁରୀ । ଉକ୍ତ ଥାନା ଅନ୍ତର୍ଗତ ଷଡଙ୍ଗୀ ଗ୍ରାମର ସୁଜିତ ମହାରଣା ଏବଂ ତାଙ୍କର ପତ୍ନୀ ଗତ ୫ ତାରିଖ ଦିନ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ ଭୁବନ ଅଂଚଳ କୁ ଯାଉଥିବା ବେଳେ ତାଙ୍କର ଗାଡ଼ିରେ ଏକ ବ୍ୟାଗ ଥିଲା ଯେଉଁଥିରେ ଦୁଇଟି ନେକଲେସ ସହିତ ଗୋଟିଏ ସୁନା ଚେନ ଥିଲା ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ହେବ । ତାଙ୍କର ଅଜାଣତରେ ରାସ୍ତା ରେ ବ୍ୟାଗଟି ମନ୍ଦାର ଠାରେ ଖସି ପଡ଼ିଥିଲା ଉକ୍ତ ବ୍ୟାଗ କୁ ସେହିଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ଗଗନ ଦେହୁରୀ ଓ ତାଙ୍କ ପନôୀ ମାଳତୀ ଦେହୁରୀ ରାସ୍ତାରୁ ପାଇଥିଲେ । ବ୍ୟାଗ ହଜିବା ସମ୍ପର୍କରେ ସୁଜିତ ଗଁଦିଆ ଥାନାରେ ଜଣାଇଥିଲେ । ଗଁଦିଆ ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ଉକ୍ତ ଦମ୍ପତି ପାଇଥିବା ସୁନା ଗହଣା ଫେରସ୍ତ ନିମନ୍ତେ ପୋଲିସ କୁ ଯୋଗାଯୋଗ କରିଥିଲେ । ଫେବୃଆରୀ ୮ ତାରିଖ ଦିନ ଗଁଦିଆ ଥାନା ଅଧିକାରୀଙ୍କ ଉପସ୍ଥିତରେ ସୁଜିତ ଙ୍କୁ ତାଙ୍କର ସୁନାଗହଣା ସହିତ ବ୍ୟାଗ ହସ୍ତାନ୍ତର କରାଯାଇଥିଲା । ସେଥିରେ ଗୋଟିଏ ମୋବାଇଲ ସେଟ ମଧ୍ୟ ଥିଲା । ଉକ୍ତ ଦମ୍ପତି ଦିନ ମଜୁରିଆ ହୋଇ ସୁଦ୍ଧା ମନରେ ଲୋଭ ନକରି ଯେପରି ଭାବରେ ନିଜର ସାଧୁତାର ପରିଚୟ ସୃଷ୍ଟି କଲେ ତାହା ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *