Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁଙ୍କ ଟ୍ୟାକ୍ସ ପଇସାରେ ମୌଲବୀମାନଙ୍କୁ ଦରମା ମିଳିପାରୁଛି ତେବେ ହିନ୍ଦୁ ପୂଜାରୀଙ୍କୁ କାହିଁକି ବେତନ ମିଳିବ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁଙ୍କ ଟ୍ୟାକ୍ସ ପଇସାରେ ମୌଲବୀମାନଙ୍କୁ ଦରମା ମିଳିପାରୁଛି ତେବେ ହିନ୍ଦୁ ପୂଜାରୀଙ୍କୁ କାହିଁକି ବେତନ ମିଳିବ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ବାହାରେ ପୂଜାରୀମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ମୌଲାନାଙ୍କୁ ଦରମା ଦିଆଯାଉଥିବା ବେଳେ ସେମାନଙ୍କୁ କାହିଁକି ଦରମା ଦିଆଯାଉ ନାହିଁ ଦାବିରେ ପୂଜାରୀମାନେ ଧାରଣା ପ୍ରଦର୍ଶନ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଜେପି ମନ୍ଦିର ପ୍ରକୋଷ୍ଠ ମନ୍ଦିର ପୂଜାରୀଙ୍କ ବେତନ ଦାବି କରି ଫେବ୍ରୁଆରୀ ୭ରେ ଧାରଣା ଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା । ମନ୍ଦିର ପ୍ରକୋଷ୍ଠର ଅଧ୍ୟକ୍ଷ କରନେଲ ସିଂ କହିଥିଲେ ଯେ ଯେତେବେଳେ ହିନ୍ଦୁଙ୍କ ଟ୍ୟାକ୍ସ ପଇସାରେ ମୌଲବୀମାନଙ୍କୁ ଦରମା ମିଳିପାରୁଛି ତେବେ ହିନ୍ଦୁଙ୍କୁ କାହିଁକି ବେତନ ମିଳିବ ନାହିଁ । ଦାବି କରାଯାଉଛି ଯେ ଏହି ପ୍ରଦର୍ଶନରେ ହଜାର ହଜାର ସଂଖ୍ୟାରେ ପୂଜାରୀମାନେ ସାମିଲ ହୋଇଛନ୍ତି । କିଛି ଦାବି ଅନୁସାରେ କେଜରିୱାଲଙ୍କ ଘର ବାହାରେଏକାଠି ହୋଇଥିବା ପୂଜାରୀ ଏବଂ ସାଧୁ-ସନ୍ଥମାନେ ଏଠାରେହନୁମାନ ଚାଳିଶା ପାଠ କରିବେ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଦିଲ୍ଲୀ ୱାକଫ ବୋର୍ଡରେ ପଞ୍ଜିକୃତ ୧୮୫ ମସଜିଦର ୨୫୫ ଇମାମ ଏବଂ ସହଯୋଗୀଙ୍କୁ ବେତନ ଦିଆଯାଉଛି । ମିଡିଆ ରିପୋର୍ଟ ଅନୁସାରେ ଇମାମଙ୍କୁ ୧୮ ହଜାର ଟଙ୍କା ଏବଂ ସହଯୋଗୀଙ୍କୁ ୧୪ ହଜାର ଟଙ୍କା ବେତନ ଦିଆଯାଉଛି । ସେହିପରି ଦିଲ୍ଲୀ ୱାକଫ ବୋର୍ଡରେ ଅଣପଞ୍ଜିକୃତ ଇମାମଙ୍କୁ ୧୪ ହଜାର ଟଙ୍କା ଏବଂ ସହଯୋଗୀଙ୍କୁ ୧୨ ହଜାର ଟଙ୍କା ପ୍ରତି ମାସରେ ଦିଆଯାଉଛି । ଗତ ବର୍ଷ ନଭେମ୍ୱରରେ ବିଜେପି ସାଂସଦ ପରଭେଶ ସାହିବ ସିଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏଥିରେ ମୌଲାନଙ୍କ ପରି ମନ୍ଦିରର ପୂଜାରୀ ଏବଂ ଗୁରୁଦ୍ୱାରାର ଗ୍ରନ୍ଥୀଙ୍କୁ ମଧ୍ୟ ଦରମା ଦେବା ପାଇଁ ଦାବି କରିଥିଲେ ।

Leave a Reply