Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିରକୁ ଉଡାଇବା ପାଇଁ ଧମକ ଘଟଣା ୮ଜଣଙ୍କୁ ଗିରଫ କଲା ଏନ୍ଆଇଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିରକୁ ଉଡାଇବା ପାଇଁ ଧମକ ଘଟଣା ୮ଜଣଙ୍କୁ ଗିରଫ କଲା ଏନ୍ଆଇଏ

ପାଟନା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିରକୁ ବିସ୍ଫୋରଣ କରି ଉଡାଇ ଦେବା ଧମକ ଘଟଣା ପରେ ଏନ୍ଆଇଏ ସକ୍ରିୟ ହୋଇ ଉଠିଛି । ଏହି ଘଟଣାରେ ଏନ୍ଆଇଏ ବିଭିନ୍ନ ସ୍ଥାନରେ ଛାପା ମାରି ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଚକିଆ ଥାନା ଅନ୍ତର୍ଗତ କୁଆଁବ ଗାଁରୁ ଏନ୍ଆଇଏ ୮ଜଣଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି । ତେବେ ବିହାର ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏଡିଜି ଜିତେନ୍ଦ୍ର ସିଂ ଗଙ୍ଗୋୱାରଙ୍କ ସୂଚନା ଅନୁଯାୟୀ ଏନ୍ଆଇଏ ଟିମ୍ ୩ଜଣଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟ ୫ଜଣଙ୍କ ସଂପର୍କରେ ତାଙ୍କ ନିକଟରେ ତଥ୍ୟ ନଥିବା ସେ ସ୍ପଷ୍ଟ କରିଛନ୍ତି । ଅନ୍ୟ ପକ୍ଷରେ ଉଭୟ ବିହାର ପୋଲିସ ଓ ଏନ୍ଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଗତ ଜାନୁଆରୀ ୩୧ ତାରିଖରେ ନେପାଳର ଜନକପୁର ଧାମ ଗଣ୍ଡକ ନଦୀରୁ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଦେବୀଙ୍କ ମୃର୍ତ୍ତି ନିର୍ମାଣ ପାଇଁ ଶାଳଗ୍ରାମ ସଂଗ୍ରହ କରାଯାଇଥିଲା । ଏହାକୁ ଦୁଇଟି ଗାଡି ଯୋଗେ ଅଯୋଧ୍ୟା ଅଣାଯାଇଛି । ତେବେ ଏହି ଶାଳଗ୍ରାମ ଅଣାଯାଉଥିବା ବେଳେ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହୋଇଥିଲା । ସେଥିରେ ଉଲ୍ଲେଖ ରହିଥିଲାଯେ ଅଯୋଧ୍ୟାରେ ବାବ୍ରୀ ମସ୍ଜିଦ୍ ନାହିଁ ତ ରାମ ମନ୍ଦିର ନାହିଁ । ଏହାସହିତ ମେସେଜରେ ରାମ ମନ୍ଦିରକୁ ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏନ୍ଆଇଏ ଓ ବିହାର ପୋଲିସ ୮ଜଣଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ ହେପାଜତରେ ଥିବା ରିଆଜ ମାରୁଫ୍ ନାମକ ଜଣେ ଅଭିଯୁକ୍ତ ରହିଥିବା ସୂଚନା ଦିଆଯାଇଛି । ତେବେ ଏନ୍ଆଇଏର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Leave a Reply