Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ୱିକିପିଡ଼ିଆ ବ୍ୟାନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ୱିକିପିଡ଼ିଆ ବ୍ୟାନ୍

ଇସଲାମାବାଦ: ପାକିସ୍ତାନରେ ୱିକିପିଡିଆକୁ ବ୍ୟାନ କରି ଦିଆଯାଇଛି । ପାକିସ୍ତାନ ସରକାର ୱିକିପିଡିଆକୁ ନିଜ ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବା ପାଇଁ କହିଥିଲେ । ଏହି ବିଷୟବସ୍ତୁ ଗୁଡିକୁ ନେଇ ପାକିସ୍ତାନରେ ବେଶ ହଙ୍ଗାମା ହେବା ପରେ ଶହବାଜ ସରିଫ ସରକାର ୱିକିପିଡିଆକୁ ୪୮ ଘଣ୍ଟାର ମହଲତ ଦେଇଥିଲେ । ତେବେ ୱିକିପିଡିଆ, ପାକିସ୍ତାନ ସରକାରଙ୍କ ଦାବିକୁ ଅଣଦେଖା କରିଥିଲା, ଏହାପରେ ସାରା ଦେଶରେ ଏହି ୱେବସାଇଟକୁ ବ୍ୟାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପାକିସ୍ତାନର ଟେଲିକମ ରେଗୁଲେଟର ସାରା ଦେଶରେ ୱିକିପିଡିଆ ସେବାକୁ ୪୮ ଘଣ୍ଟା ପାଇଁ ସ୍ଲୋ କରିଥିଲା । ଏହାସହ ନିନ୍ଦନୀୟ ବିଷୟବସ୍ତୁକୁ ହଟା ନ ଗଲେ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯିବ ବୋଲି ଚେତାବନୀ ଦେଇଥିଲା । ଏହି ମାମଲାରେ ପାକିସ୍ତାନ ହାଇକୋର୍ଟ ମଧ୍ୟ ଟେଲିକମ ରେଗୁଲେଟରୀକୁ ୱିକିପିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ରିପୋର୍ଟ ଅନୁସାରେ, ୱିକିପିଡିଆକୁ ଏହି ମାମଲାରେ ନିଜ ପକ୍ଷ ରଖିବା ପାଇଁ ନୋଟିସ ଜାରି କରାଯାଇଥିଲା । ତେବେ ୱେବସାଇଟ୍ ନୋଟିସର କୌଣସି ଜବାବ ଦେଇ ନଥିଲା ଏବଂ ନିନ୍ଦନୀୟ ବିଷୟବସ୍ତୁକୁ ମଧ୍ୟ ହଟାଇ ନଥିଲା । ପାକିସ୍ତାନ ଟେଲିକମ ବିଭାଗ ଅନୁସାରେ, ୱିକିପିଡିଆ ବିବାଦୀୟ ବିଷୟବସ୍ତୁକୁ ହଟାଇବା ପରେ ଦେଶରେ ପୁଣି ଥରେ ସେବା ପ୍ରଦାନ କରିପାରିବ । ଅନ୍ୟପଟେ ୱିକିମିଡିଆ କହିଛି ପାକିସ୍ତାନରେ ୱିକିପିଡିଆକୁ ବ୍ୟାନ କରାଯିବା ଦ୍ୱାରା ଦୁନିଆର ପଞ୍ଚମ ବୃହତ ଜନସଂଖ୍ୟାର ଦେଶ ମାଗଣାରେ ଜ୍ଞାନ ପାଇବାରୁ ବଞ୍ଚôତ ହେବ ।

Leave a Reply