ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ


ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସିଂହାରପୁର ଶିବ ମନ୍ଦିର ପ୍ରାଗଙ୍ଗଣରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରଜରାଜନଗରର ନଅଟି ବିଦ୍ୟାଳୟକୁ ନେଇ ଅନୁଷ୍ଟିତ ହୋଇଥିଲା । ଏହି ସଙ୍କୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ ଅବସରରେ ମୁଖ୍ୟ ଅତିଥି ଭାବେ ଗଣେଷ ରାମ ନାଏକ, ରାଜପୁର ସରସ୍ୱତୀ ବିଦ୍ୟା ମନ୍ଦିରର ସଭାପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆଚାର୍ଯ୍ୟ ଆଚାର୍ଯାୟାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍କୁଳ ପ୍ରମୁଖ ଯୋଗେଶ ପ୍ରଧାନ ଗୁରୁଜୀ ଗୁରୁମାମାନଙ୍କୁ ଅନେକ ସମୟ ନେଇ ଶିଶୁ ମନ୍ଦିରର ବ୍ୟବସ୍ଥା ଉପରେ ନେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ସାହେବ ରାଓ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ଉପ ସଭାପତି ଜୟନ୍ତ ବାରିକ, ବନ୍ଧବହାଲ ବିଦ୍ୟାଳୟର ସଭାପତି ସଞ୍ଜୟ ପ୍ରଧାନ, ସମ୍ପାଦକ ଅଭିନ ରାଉତ ଲଖନପୁର ବିଦ୍ୟାଳୟ ସଭାପତି ନରୋତ୍ତମ ପ୍ରଧାନ, ସମ୍ପାଦକ ରାଜକୁମାର ସାହୁ, ସମରବଗା ବିଦ୍ୟାଳୟର ସମ୍ପାଦକ ମହେନ୍ଦ୍ର ସାଏ ଯୋଗଦେଇଥିବା ବେଳେ । ସଙ୍କୁଳ ସଂଯୋଗ ଅରୁଣ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବୌଦ୍ଧିକ ଦାଇତ୍ୱ ଥିଲେ ମିନତୀ ରାଣୀ ପାଣିଗ୍ରାହୀ, ଲଳିତା ବିଶ୍ୱାଳ, ସଂଯୁକ୍ତା ଖମାରୀ, ରୋଜାଲି ହୋତା ସମ୍ଭାଳି ଥିଲେ । ଏହି କାର୍ଯ୍ୟକ୍ରମ ର ଦାୟୀତ୍ୱ ଲଖନପୁର ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ କୁମୋଦ ଚନ୍ଦ୍ର ସାମଲ ଓ ସମରବଗା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୀଷ୍ମ ଦେବ ପଧାନ ଓ ବିଦ୍ୟାଳୟର ଗୁରୁଜୀ ଗୁରମାମାନେ ବହୁତ୍ ସୁନ୍ଦର ଭାବରେ ତୁଲାଇ ଥିବା ବେଳେ ସେବକ ସେବିକାମାନେ ମଧ୍ୟ ବିଶେଷ ଭାବରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *