Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଲାଗି ନୂଆସର୍ତ୍ତରଖିଲେ ଆଇଏମଏଫ, ହ୍ରାସ କରିବାକୁ ହେବ ପ୍ରତିରକ୍ଷା ଖର୍ଚ୍ଚ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଲାଗି ନୂଆସର୍ତ୍ତରଖିଲେ ଆଇଏମଏଫ, ହ୍ରାସ କରିବାକୁ ହେବ ପ୍ରତିରକ୍ଷା ଖର୍ଚ୍ଚ

ଇସ୍ଲାମାବାଦ : ଦେବାଳିଆ ଅବସ୍ଥାରୁ ବର୍ତ୍ତିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ଙ୍କ ଶରଣାପନ୍ନ ହୋଇଛି ପାକିସ୍ତାନ । ଏ ନେଇ ଆଇଏମଏଫଙ୍କ ସହ ପାକିସ୍ତାନର କଥାବାର୍ତ୍ତା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ବୈଷୟିକ ସ୍ତରୀୟ ବାର୍ତ୍ତାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଏହି ଆଲୋଚନାରେ ଆଇଏମଏଫ ରିଲିଫ ପ୍ୟାକେଜ୍ ପୂର୍ବରୁ ପାକିସ୍ତାନ ସମ୍ମୁଖରେ କିଛି ନୂଆ ସର୍ତ୍ତ ରଖିଛନ୍ତି ଓ ଏହାକୁ ପୂରଣ କରିବାକୁ କହିଛନ୍ତି । ଯେଉଁଥିରେ ପ୍ରତିରକ୍ଷା ବଜେଟ୍ ହ୍ରାସ ଲାଗି ମଧ୍ୟ ସର୍ତ୍ତ ରହିଛି । ଆଇଏମଏଫ ଏବେ ପାକିସ୍ତାନୀ ଅଧିକାରୀଙ୍କ ଆଗରେ ଆର୍ଥôକ ସ୍ତରରେ ପରିବର୍ତ୍ତନ ଲାଗି ଏକ ସୂଚୀ ରଖିବେ । ଏହା ପରେ ଆଗାମୀ ସପ୍ତାହରେ ନୀତିଗତ ସ୍ତରରେ ଆଲୋଚନା ଲାଗି ରସ୍ତା ସଫା ହୋଇଯିବ । ଯଦି ପାକିସ୍ତାନ ଓ ଆଇଏମଏଫ ଉଭୟ ଫେବୃଆରୀ ୯ ତାରିଖ ସୁଦ୍ଧା ପାକିସ୍ତାନ ଅର୍ଥବ୍ୟବସ୍ଥାକୁ ଠିକ୍ କରିବା ଲାଗି ଉପାୟ ଉପରେ ସହମତି ହୁଏ ତେବେ ଉଭୟ ପକ୍ଷ ବୁଝାମଣାରେ ସ୍ୱାକ୍ଷର କରିବେ । ଜିଓ ଟିଭି ଅନୁସାରେ ପାକିସ୍ତାନୀ ଅଧିକାରୀମାନେ ଆଇଏମଏଫଙ୍କ ସମ୍ମୁଖରେ ଦେଶର ଆର୍ଥôକ ଅବସ୍ଥାର ଯେଉଁ ଛବି ରଖିଛନ୍ତି ତାହା ଆହୁରି ଗୁରୁତର ସଂକଟ ଆଡକୁ ଇସାରା କରୁଛି । ପାକିସ୍ତାନୀ ଅଧିକାରୀଙ୍କ ଅନୁସାରେ ଦେଶର ଜିଡିପି ଗ୍ରୋଥ ୫ ପ୍ରତିଶତରୁ ହ୍ରାସ ହୋଇ ୧.୫ ବା ବିଯୁକ୍ତ ୨ ପ୍ରତିଶତକୁ ଆସିପାରେ ବୋଲି ଅନୁମାନ କରିଛନ୍ତି । ସେହି ପରି ଚଳିତବର୍ଷକ ମୁଦ୍ରାସ୍ପିତି ହାର ହାରାହାରି ୧୨.୫ରୁ ବଢି ୨୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ମଧ୍ୟ ଦେଶରେ ଲୋକଙ୍କୁ କଠିନ ସମୟ ଲାଗି ଚେତାବନୀ ଦେଇଥିଲେ । କାରଣ ଆଇଏମଏଫଙ୍କ ସର୍ତ୍ତ ପାଳନ କରିବା ଲାଗି ତାଙ୍କ ସରକାରଙ୍କୁ ସଂଘର୍ଷ କରିବାକୁ ପଡୁଥିବା କହିଥିଲେ । ଦେବାଳିଆ ହେବାରୁ ବର୍ତ୍ତିବା ଲାଗି ପାକିସ୍ତାନ ଆଇଏମଏଫଙ୍କୁ ୬ ବିଲିୟନ ଡଲାର ବେଲ ଆଉଟ୍ ପ୍ୟାକେଜ୍ କିସ୍ତିରେ ୧.୧ ବିଲିୟନ ଡଲାର ଦେବାକୁ ଦାବି କରୁଛି । ଏହି ବେଲଆଉଟ ପ୍ୟାକେଜ ଜାନୁୟାରୀ ୩୧ରେ ପୁଣି ଥରେ ନୂଆ କରି କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏଥିରେ ଆଇଏମଏଫ ଏବେ ପାକିସ୍ତାନକୁ ନୂଆ ସର୍ତ୍ତ ପୂରଣ କରିବାକୁ କହିଛି । ଆଇଏମଏଫଙ୍କ ସର୍ତ୍ତରେ ପ୍ରତିରକ୍ଷା ବଜେଟ୍?କୁ ଧିରେ ଧିରେ ହ୍ରାସ କରିବା । ଗ୍ରେଡ ୧୭ରୁ ୨୨ ପର୍ଯ୍ୟନ୍ତ ବଡ ସରକାରୀ ଓ ସୈନ୍ୟ ଅଧିକାରୀଙ୍କ ସମ୍ପତ୍ତି ଘୋଷଣା, ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରି ୨୫ରୁ ୩୦ ବିଲିୟନ ଡଲାରର ପୁଞ୍ଜିସଂଗ୍ରହ କରିବା, ବ୍ୟାଙ୍କମାନଙ୍କର ବିଦେଶୀ ମୁଦ୍ରା ଆୟ ଉପରେ ଶୁଳ୍କ ଲଗାଇ ୨୦ ବିଲିୟନ ଡଲାର ସଂଗ୍ରହ କରିବା ଓ ୩ ପ୍ରତିଶତ ଫ୍ଲଡ ସେସ୍ ଲଗାଇ ୬୦ ବିଲିୟନ ଡଲାର ସଂଗ୍ରହ କରିବାର ସର୍ତ୍ତ ରଖିଛନ୍ତି । ଏହା ଛଡାସଫ୍ଟ ଡ୍ରିଙ୍କ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରି ୬୦ ବିଲିୟନ ଡଲାର ସଂଗ୍ରହ, ଆୟକର ରିଟର୍ଣ୍ଣ ଭରୁନଥିବା ଲୋକଙ୍କ ବ୍ୟାଙ୍କ ନେଣଦେଣ ଉପରେ କାର୍ଯ୍ୟାନୁଷ୍ଠାନ କରି ୪୫ ବିଲିୟନ ଡଲାର ସଂଗ୍ରହ, ସେହିପରି ସମ୍ପତ୍ତି ବିକ୍ରୟ ଓ କ୍ରୟ ଉପରେ ଆଡଭାନ୍ସ ଟ୍ୟାକ୍ସ ଯୋଗେ ୨୦ରୁ ୩୦ ବିଲିୟନ ଟଙ୍କା ଯୋଗାଡ କରିବା ଓ ବିଦେଶରୁ ମଗାଯାଇଥିବା ତଥା ଦେଶରେ ଆସେମ୍ବଲ ହୋଇଥିବା ମହଙ୍ଗା ଗାଡି ଉପରେ କ୍ୟାପିଟାଲ ଭେଲ୍ୟୁ ଟ୍ୟାକ୍ସ ଲଗାଇ ୧୦ ବିଲିୟନ ଡଲାର ସଂଗ୍ରହ କରିବାକୁ ସର୍ତ୍ତ ମଧ୍ୟ ରଖିଛନ୍ତି ।

Leave a Reply