ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ ଅନୁଷ୍ଠିତ

ମୁଖ୍ୟବକ୍ତା- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ସେବା ପ୍ରମୁଖ ରାଜକୁମାର ମାଟାଲେଙ୍କ ବକ୍ତବ୍ୟ(ଭିଡିଓ)
ମୁଖ୍ୟ ଅତିଥି ଡ.ସଂଯୁକ୍ତା ପାଢୀଙ୍କ ବକ୍ତବ୍ୟ(ଭିଡିଓ)

କଟକ: ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ନବବିଂଶତିତମ ବସନ୍ତ ମିଳନ ଉତ୍ସବ-୨୦୨୩ ଆସନ୍ତା ଫେବୃଆରୀ ୫ ତାରିଖ ରବିବାର ଦିନ କଟକର କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଡ.ସଂଯୁକ୍ତା ପାଢୀ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ସେବା ପ୍ରମୁଖ ରାଜକୁମାର ମାଟାଲେ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳେ ଅଧିବକ୍ତା ପରିଷଦର ପ୍ରାକ୍ତନ ରାଜ୍ୟ ସଭାପତି, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଅନୁପ କୁମାର ବୋଷ ସଭାପତିତ୍ୱ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବାସନ୍ତିକ ବିଶେଷାଙ୍କ ଉନ୍ମୋଚନ, କୃତ୍ତୀ ସ୍ତମ୍ଭ ଲେଖକ, ସାହିତ୍ୟିକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥଲ । ରାଷ୍ଟ୍ରଦୀପର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ଅତିଥି ପରିଚୟ ଓ ସମ୍ପାଦକୀୟ ପାଠ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *