Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଫଟୋ ନୋଟ୍ରୁ ହଟିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଫଟୋ ନୋଟ୍ରୁ ହଟିବ

ନୂଆଦିଲ୍ଲୀ : ଅଷ୍ଟ୍ରେଲୀୟ ବ୍ୟାଙ୍କ୍ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍ଙ୍କ ପ୍ରତିକୃତି ହଟାଇ ଦିଆଯିବ । ଏଭଳି କହିଛି ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ । ୫ ଡଲାର ଅଷ୍ଟ୍ରେଲୀୟ ବ୍ୟାଙ୍କ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍ ଙ୍କ ପ୍ରତିକୃତି ହଟାଇ ଦିଆଯିବ । ଏହି ପରିବର୍ତନକୁ ଅଷ୍ଟ୍ରେଲିଆ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ପରେ ଏହି ନିଷ୍ପତି ଗ୍ରହଣ କରାଯାଇଥିବା ନେଇ ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ କହିଛି । ନୋଟର ଅପରପାଶ୍ୱର୍ରେ ପୂର୍ବପରି ଅଷ୍ଟ୍ରେଲୀୟ ସଂସଦର ଫଟୋ ଛାପା ହେବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ କହିଛି । ମାଆଙ୍କ ମୃତ୍ୟୁ ପରେ ବ୍ରିଟିସ୍ ରାଜା ହୋଇଥିବା ରାଜା ତୃତୀୟ ·ର୍ଲସ୍ ହେଉଛନ୍ତି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍ ଏବଂ ଅନ୍ୟ ୧୨ଟି କମନୱେଲଥ୍ ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ । ୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କହିଥିଲା ଯେ, ୫ ଡଲାର ଅଷ୍ଟ୍ରେଲୀୟ ନୋଟ୍ ରେ ରାଣୀ ଏଲିଜାବେଥ୍ଙ୍କ ପ୍ରତିକୃତି ସ୍ଥାନରେ ଆପଣାଛାଏଁ ରାଜା ·ର୍ଲସ୍ ଙ୍କ ପ୍ରତିକୃତି ସ୍ଥାନ ପାଇ ପାରିବ ନାହିଁ । ରାଣୀଙ୍କ ସ୍ଥାନରେ କେଣସି ଅଷ୍ଟ୍ରେଲୀୟ ବ୍ୟକ୍ତିତ୍ୱଙ୍କୁ ସ୍ଥାନ ମିଳିପାରେ । ଅଷ୍ଟ୍ରେଲୀୟ ସରକାରୀ କର୍ତୃପକ୍ଷମାନେ କହିଛନ୍ତି ରାଣୀଙ୍କ ବ୍ୟକ୍ତିତ୍ୱ ଯୋଗୁଁ ୫ ଡଲାର୍ ଅଷ୍ଟ୍ରେଲୀୟ ନୋଟ୍ ରେ ତାଙ୍କ ପ୍ରତିକୃତି ଛାପା ଯାଇଥିଲା । ଏବେ ରାଣୀଙ୍କ ପରିର୍ବେ ସେହି ମୁଦ୍ରାରେ କାହା ପ୍ରତିକୃତି ଛାପାଯିବ ତାହା ଅଷ୍ଟ୍ରେଲିଆର “ଲେବର୍ ପାର୍ଟି’ ପ୍ରଶାସନକୁ ପୁଣି “ମତଦାନ’ ବା “ରେଫରେଣ୍ଡମ୍ ‘ ମାଧ୍ୟମରେ ସମ୍ବିଧାନ ସଂଶୋଧନ କରାଇ ସ୍ଥିର କରିବାକୁ ପଡ଼ିବ ।

Leave a Reply