ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଟଙ୍କା : ଇଡି


ନୂଆଦିଲ୍ଲୀ: ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କା ଲଗାଇଥିଲା ଆପ୍ । ଫେବୃଆରୀ ୨ ତାରିଖ ଦିନ ଏଭଳି କହିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) । ଗତ କିଛି ମାସ ହେବ ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ ଇଡି ଯାଞ୍ଚ କରୁଥିବା ବେଳେ ଏବେ ଯାଞ୍ଚରୁ ଇଡିକୁ ଏହି ସୂଚନା ମିଳିଛି । ୨୦୨୨ମସିହାରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆପ୍ ଦୁଇଟି ଆସନ ଜିତିଥିଲା । ଇଡି ଅନୁଯାୟୀ, ଆପର ପ୍ରଚାର ଟିମ ସହ ଜଡ଼ିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୭୦ଲକ୍ଷ ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ଆପର ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର ପ୍ରଚାର ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ କିଛି ବ୍ୟକ୍ତିଙ୍କୁ ନଗଦ ଅର୍ଥ ଗ୍ରହଣ କରିବାକୁ କହିଥିଲେ । ୱାଇଏସଆରସିପି ସାଂସଦ ମାଗୁଣ୍ଟା ଶ୍ରୀନିବସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମାଗୁଣ୍ଟା, ଅରୋବିନ୍ଦ ଫାର୍ମା ନିଦେ୍ର୍ଦଶକ ପି ସାରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତା କଲଭକୁନ୍ତଲାଙ୍କୁ ନେଇ ଗଠିତ ଗ୍ରୁପ ତରଫରୁ ଆପ୍ ପାଇଁ ବିଜୟ ନାୟାର ୧୦୦କୋଟି ଟଙ୍କା ଲାଞ୍ଚ ନେଇଥିଲେ ।

Leave a Reply

Your email address will not be published. Required fields are marked *