Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସ୍ ଏଫ୍ ଜେ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସ୍ ଏଫ୍ ଜେ ୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ


ନୂଆଦିଲ୍ଳୀ: ଦେଶର ରାଜଧାନୀ ଦିଲ୍ଲୀରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଉଭୟ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍ଏଫ୍ଜେ)ର ସଦସ୍ୟ ବୋଲି କୁହାଯାଉଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ସେମାନେ ଦିଲ୍ଲୀର ଅନେକ ଅଞ୍ଚଳରେ କାନ୍ଥରେ ଖଲିସ୍ତାନୀ ବାର୍ତ୍ତା ଲେଖିଥିଲେ । ଏଥିସହିତ ଦେଶର ଗୁପ୍ତଚର ଏଜେନ୍ସିମାନେ ଖଲିସ୍ତାନୀ ସମର୍ଥକଙ୍କ ସକ୍ରିୟ ଥିବା ସୂଚନା ଦେବା ସହ ଏକ ବଡ ଆକ୍ରମଣ ବିଷୟରେ ଚେତାବନୀ ଦେଇଛନ୍ତି । ସେବେଠାରୁ ସମଗ୍ର ଦିଲ୍ଲୀ ପୋଲିସ ସତର୍କ ମୋଡରେ ଅଛି ଏବଂ ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖାଯାଉଛି । ସେପଟେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପଚରାଉଚରା କରୁଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ବାସିନ୍ଦା ବୋଲି କୁହାଯାଉଛି । ସେଥିମଧ୍ୟରୁ ଜଣେ ଶିଖ ସମ୍ପ୍ରଦାୟର ଅଛନ୍ତି । ସୁରକ୍ଷା ଏଜେନ୍ସି ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ଉଭୟଙ୍କୁ ଅର୍ଥ ପ୍ରଦାନ କରାଯାଇଥିଲା ।

Leave a Reply