Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନକୁ ଶ୍ରୀଲଙ୍କା ଦଶା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନକୁ ଶ୍ରୀଲଙ୍କା ଦଶା

ଲାହୋର: ପାକିସ୍ତାନର ଆର୍ଥôକ ଅବସ୍ଥା ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଂକଟରେ ଏବେ ପାକିସ୍ତାନବାସୀ ଡହଳବିକଳ ହେଉଥିବାବେଳେ ଆଜି ପାକିସ୍ତାନ ସରକାର ଏମିତି ଏକ ଘୋଷଣା କରିଛନ୍ତି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବାସ୍ତବରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି । ଏହା ସହିତ କିରୋସିନର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ପାକିସ୍ତାନର ଶେହବାଜ ସରିଫ ସରକାର ଆଜି ପେଟ୍ରୋଲିୟମ ଦ୍ରବ୍ୟର ନୂତନ ମୂଲ୍ୟ ଘୋଷଣା କରିଛନ୍ତି । ବିଶେଷ କରି ପାକିସ୍ତାନର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଦୈନନ୍ଦିନ ଜିନିଷ ମଧ୍ୟ ପାଇବା କଷ୍ଟକର ହୋଇପଡୁଛି । ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବ୍ୟାପକ ବୃଦ୍ଧି ସାଧାରଣ ଲୋକଙ୍କ ଅସୁବିଧାକୁ ବଢ଼ାଇ ଦେଇଛି । ରବିବାର ଦିନ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୫ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ୩୫ ଟଙ୍କା ମୂଲ୍ୟ ବୃଦ୍ଧି ପରେ ପାକିସ୍ତାନରେ ହାଇ ସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଂଚିଥିବାବେଳେ ପେଟ୍ରୋଲ ଲିଟର ପିଛା ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଛି । ସେହିପରି କିରୋସିନ ଲିଟର ପିଛା ୧୮୯ ଟଙ୍କା ୮୩ ପଇସାରେ ପହଞ୍ଚିଛି । ପାକିସ୍ତାନର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧିକରଣ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ତୁରନ୍ତ ପେଟ୍ରୋଲ ଅଭାବକୁ ନେଇ ଅସ୍ଥାୟୀ ହୋର୍ଡିଂକୁ ରୋକିବା ପାଇଁ ମୂଲ୍ୟ ବଢାଇବାକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଅନୁରୋଧ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply