ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିତ ଚିନ୍ତକ ସମ୍ମିଳନୀ


ଭଦ୍ରକ : ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ପକ୍ଷରୁ ଗାନ୍ଧିପଡ଼ିଆ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ୨୦୨୨ ବର୍ଷର ହିତ ଚିନ୍ତକ ଅଭିଯାନରେ ସାମିଲ ହୋଇଥିବା କାର୍ଯ୍ୟକର୍ତାଙ୍କୁ ନେଇ ଏକ ହିତ ଚିନ୍ତକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବ କ୍ଷେତ୍ର କ୍ଷେତ୍ରୀୟ ସହ ସମ୍ପାଦକ ଗୌରୀ ପ୍ରସାଦ ରଥ, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ସନାତନ ଧର୍ମର ପ୍ରଚାରକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସହ ସତସଙ୍ଗ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ, ଜିଲ୍ଲା କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ଦାସ ମଂଚାସିନ ରହି ସାମ୍ପ୍ରତିକ ଭାରତର ସାମାଜିକ ଏବଂ ଧାର୍ମିକ କ୍ଷେତ୍ରରେ କାର୍ଯ୍ୟକର୍ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଭାରତର ସାର୍ବଭୌମିକ ଅଖଣ୍ଡତା, ସଂସ୍କୃତି ପରମ୍ପରା ଓ ସୁରକ୍ଷା କ୍ଷେତ୍ରରେ ବିଶ୍ୱ ହିନ୍ଦୁ ପରିଷଦର ଅତୁଳନୀୟ ଅବଦାନ ରହି ଆସିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୂଜ୍ୟ ସନ୍ଥ ଦଣ୍ଡଧାରୀ ବାବା, ବାବା ରଞ୍ଜନ ମଲ୍ଲିକ ଆଦି ଜିଲ୍ଲାର ଅନେକ ସାଧୁ ସନ୍ଥ ଗଣ ଉପସ୍ଥିତ ରହି କାର୍ଯ୍ୟକର୍ତା ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ନିରଞ୍ଜନ ସାହୁ, ସହ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ଶିବ ଶଙ୍କର ଦାସ, ମାତୃଶକ୍ତି ଜିଲ୍ଲା ସଂଯୋଜିକା ବାସନ୍ତୀ ମହାପାତ୍ର, ସହ ସଂଯୋଜିକା କମଳା ଦାସ, ଭଦ୍ରକ ପ୍ରଖଣ୍ଡ ସଭାପତି ପ୍ରତାପ ଦିକ୍ଷୀତ, ସହ ସମ୍ପାଦକ ମାନସ ବାରିକ, ବଜରଙ୍ଗ ଦଳର ନଗର ସଂଯୋଜକ ସୁଜିତ ପତି, ପ୍ରଭାତ ଶତପଥୀ, ବୃନ୍ଦାବନ ଜେନା, ରୋହିତ ଜେନା, ନିତ୍ୟାନନ୍ଦ ସେଠୀ ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଭଦ୍ରକ ନଗର ସଭାପତି ସୁବାସ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *