Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋହତ୍ୟା ବନ୍ଦ ହେଲେ ବିଶ୍ୱର ସମସ୍ୟା ଦୂରହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋହତ୍ୟା ବନ୍ଦ ହେଲେ ବିଶ୍ୱର ସମସ୍ୟା ଦୂରହେବ


ଗାନ୍ଧିନଗର : ଗୋହତ୍ୟା ସଂପର୍କରେ ଗୁଜରାଟ ଅଦାଲତର ଐତିହାସିକ ରାୟ । ଅଦାଲତ କହିଛନ୍ତି ଯେ ଯଦି ଗୋହତ୍ୟା ବନ୍ଦ ହୋଇଯାଏ, ତେବେ ପୃଥିବୀର ସମସ୍ତ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । ତାପି ଜିଲ୍ଲା ଅଦାଲତର ମୁଖ୍ୟ ଜିଲ୍ଲା ବିଚାରପତି ସମୀର ବିନୋଦଚନ୍ଦ୍ର ବ୍ୟାସ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ବେଆଇନ ଗୋଚାଲାଣ ଅଭିଯୋଗରେ ଅଦାଲତ ଜଣେ ବ୍ୟକ୍ତିକୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି । ବିଚାରପତି ବ୍ୟାସ ଏହା ମଧ୍ୟ କହିଛନ୍ତି ଯେ ଗୋବର ଲିପା ହୋଇଥିବା ଘରେ ପରମାଣୁ ବିକିରଣର ବି ପ୍ରଭାବ ପଡ଼ିନଥାଏ । ଏଥିସହିତ ଗୋମୁତ୍ର ମାଧ୍ୟମରେ ଅନେକ ଅସାଧ୍ୟ ରୋଗର ଚିକିତ୍ସାର ହୁଏ । ବିଭିନ୍ନ ଉଦାହରଣ ଦେଇ ବିଚାରପତି କହିଛନ୍ତି ଯେ ଯଦି ଗାଈକୁ ନିର୍ଯାତନା ଏବଂ ଆଘାତ ଦିଆଯାଏ, ତେବେ ଏହା ଆପଣଙ୍କ ସମ୍ପତ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ । ବିଚାରପତି ଗୋହତ୍ୟାକୁ ଜଳବାୟୁ ପରିବର୍ତ୍ତନ ସହିତ ମଧ୍ୟ ଯୋଡିଥିଲେ । ବିଚାରପତି କହିଛନ୍ତି ଯେ ଆଜି ବିଦ୍ୟମାନ ସମସ୍ୟା ଗୁଡ଼ିକ ଚିଡିଚିଡାପଣ ଏବଂ ଉଷ୍ମ ପ୍ରକୃତି ବୃଦ୍ଧି ହେତୁ ହୋଇଛି । ଏହିପରି ସମସ୍ୟା ବଢିବାର ଏକ ମୁଖ୍ୟ କାରଣ ହେଉଛି ଗାଈହତ୍ୟା । ଯଦି ଏହା ସମ୍ପୂର୍ଣ୍ଣ ବନ୍ଦ ନହୁଏ, ତେବେ ଜଳବାୟୁ ଉପରେ ଏହାର ପ୍ରଭାବ ପଡିବ ।

Leave a Reply