Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଣତନ୍ତ୍ରର ମୂଲ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଣତନ୍ତ୍ରର ମୂଲ୍ୟ

  • ସର୍ବେଶ୍ୱର ବେହେରା –
    ସର୍ବପ୍ରଥମେ ଗଣତନ୍ତ୍ର ଇଂଲଣ୍ଡରେ ଆସିଥିଲା । ଇଂଲଣ୍ଡରେ ରାଜତନ୍ତ୍ରର ନିରଙ୍କୁଶତା ବିରୁଦ୍ଧରେ ଜନସାଧାରଣ ସ୍ୱର ଉତ୍ତୋଳନ କରିଥିଲେ । ଦ୍ୱାଦଶ ଶତାବ୍ଦୀର ଅନ୍ତିମ କାଳରେ ଏହି ଅସନ୍ତୋଷ ତୀବ୍ରତର ହୋଇଥିଲା । ଦେଶର ଶାସନରେ ସାଧାରଣ ଜନତାଙ୍କ ପ୍ରତିନିଧିତ୍ୱ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କଲେ । ଏହାକୁ ଗଣତନ୍ତ୍ର କୁହାଗଲା । ବୁଦ୍ଧିଜୀବୀ ଓ ଜନସାଧାରଣମାନେ ୧୨୧୫ ମସିହାରେ ମାଗ୍ନୀକାର୍ଟା ନାମକ ଏକ ପଦ୍ଧତି ପ୍ରଣୟନ କଲେ । ସାଧାରଣ ଜନତାଙ୍କ ପ୍ରତିନିଧିତ୍ୱ କରିବା ପାଇଁ ପାର୍ଲ୍ୟାମେଣ୍ଟ ଗଠନ କରିବା ପାଇଁ ଦାବି ହେଲା । ରାଜପରିଷଦ (କିଙ୍ଗ କାଉନସିଲ)କୁ ପାର୍ଲ୍ୟାମେଣ୍ଟ କୁହାଗଲା । କିନ୍ତୁ ଏହି ପାର୍ଲ୍ୟାମେଣ୍ଟର ଅଧିକାର ସମ୍ବନ୍ଧରେ ଦେଶର ବୁଦ୍ଧିଜୀବୀମାନେ ଚର୍ଚ୍ଚା ଆଲୋଚନା, ସଭା-ସମିତି ମାଧ୍ୟମରେ ଜନଜାଗରଣ କଲେ । ରାଜା ଚାପର ବଶବର୍ତ୍ତୀ ହୋଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କଲେ । ପାର୍ଲ୍ୟାମେଣ୍ଟର ଗଠନ କରିବା ପାଇଁ ରାଜା ଘୋଷଣା କଲେ । କିନ୍ତୁ ପାର୍ଲ୍ୟାମେଣ୍ଟର କ୍ଷମତା ନଥିଲା । ୧୬୮୮ରେ ଇଂଲଣ୍ଡରେ ଗ୍ଲୋରିୟସ ରିଭୋଲୁ୍ୟସନ ଦେଖାଦେଲା । ତା’ପରେ ପାର୍ଲ୍ୟାମେଣ୍ଟର କ୍ଷମତା ନିର୍ଦ୍ଧାରଣ କରାଗଲା । ରାଜାଙ୍କ ସ୍ଥାନରେ ପାର୍ଲ୍ୟାମେଣ୍ଟ ସର୍ବୋପରି ହେଲା । ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ପାର୍ଲ୍ୟାମେଣ୍ଟର କ୍ଷମତା ସମସ୍ତେ ଅନୁଭବ କଲେ । ୧୬୮୮ରେ ିଂଲଣ୍ଡରେ ସର୍ବପ୍ରଥମେ ସମଗ୍ର ଜନତାଙ୍କର ମାତ୍ର ଚାରି ପ୍ରତିଶତଙ୍କ ଭୋଟ ଦେବାର ଅଧିକାର ମିଳିଲା । ୧୮୩୨ରେ ସେମାନେ ଗଣତନ୍ତ୍ରର ସୁଧାର ପାଇଁ ନୂତନ ଆଇନ ପ୍ରଣୟନ କରିଥିଲେ । ଏହି ଆଇନ ବଳରେ ଦେଶର ସମଗ୍ର ଜନତାଙ୍କର ଦଶ ପ୍ରତିଶତଙ୍କୁ ଭୋଟ ଦେବାର ଅଧିକାର ମିଳିଲା ।
    ଏହାପରେ ୧୮୬୭ ଓ ୧୮୮୨ରେ ଏହାର ସୀମା ବୃଦ୍ଧି ପାଇଲା । ୧୯୧୮ ମସିହାରେ କେବଳ ପୁରୁଷମାନଙ୍କୁ ଭୋଟ ଦେବାର ଅଧିକାର ମିଳିଲା । ମହିଳାମାନେ ଏହି ପୁରୁଷ ପ୍ରାଧାନ୍ୟ ନିର୍ଣ୍ଣୟ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କଲେ । ପରେ ମହିଳାମାନଙ୍କୁ ୨୧ ବର୍ଷ ବୟସରେ ଭୋଟ ଦେବାର ଅଧିକାର ମିଳିଲା । ପୁରୁଷମାନଙ୍କ ୧୮ ବର୍ଷ ଓ ମହିଳାମାନଙ୍କ ୨୧ ବର୍ଷରେ ଭୋଟ ଦାନ ଅଧିକାରର ତାରତମ୍ୟକୁ ସମସ୍ତେ ସମାଲୋଚନା କଲେ । ପାର୍ଲ୍ୟାମେଣ୍ଟରେ ଚର୍ଚ୍ଚା-ଆଲୋଚନା ହେଲା । ଏହି ପାର୍ଥକ୍ୟ କାହିଁକି ? ବରିଷ୍ଠ ସାଂସଦମାନେ ମତ ଦେଲେ ଏହା ଏକ ପ୍ରୟୋଗ (ଏକ୍ସପେରିମେଣ୍ଟ) କରାଯାଉଛି । ଏହା କେତେଦୂର ସଫଳ ହେବ, ତାହା ଭବିଷ୍ୟତ କହିବ । ଏହି ଏକ୍ସପେରିମେଣ୍ଟ ଦୀର୍ଘଦିନ ଧରି ଚାଲିଲା । ଶେଷରେ ୧୯୨୮ରେ ସମସ୍ତେ ପୁରୁଷ ଓ ମହିଳାମାନେ ୧୮ବର୍ଷ ବୟସରେ ଭୋଟଦାନ କରିବାର ଅଧିକାର ମିଳିଲା । ସୁଦୀର୍ଘ ସଂଘର୍ଷ ଓ ଶତତ ଜନଜାଗରଣ ଫଳରେ ଏହି ଗଣତନ୍ତ୍ର ସେଠାରେ ପ୍ରତିଷ୍ଠା ହେଲା । ଅର୍ଥାତ୍ ୧୨୧୫ରୁ ଆରମ୍ଭ ହୋଇଥିବା ଜନଜାଗରଣର ସୁଫଳ ୧୯୨୮ରେ ମିଳିଲା । ଦୀର୍ଘ ସାତ ଶହ ବର୍ଷ କାଳ ଗଣତନ୍ତ୍ର ପ୍ରତିଷ୍ଠାର ଏହା ଏକ ଐତିହାସିକ ପଦକ୍ଷେପ । ସମସ୍ତ ଜନସାଧାରଣ ଗଣତନ୍ତ୍ରର ମୂଲ୍ୟ ହୃଦୟଙ୍ଗମ କରିଥିଲେ । ଫଳରେ ସେଠାରେ ଗଣତନ୍ତ୍ର ସୁଚାରୁ ରୂପେ କାର୍ଯ୍ୟ କରୁଛି ।
    ଆମ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଏପରି କୌଣସି ଜନଜାଗରଣ ହୋଇନାହିଁ । ସର୍ବପ୍ରଥମେ ୧୯୨୦ରେ ଗଣତନ୍ତ୍ର ମଣ୍ଟେଗୁ ଚେମ୍ସଫୋର୍ଡ ପ୍ରଣୟନ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ସେତେବେଳେ ଦେଶରେ ୨୪ କୋଟି ଜନସାଧାରଣ ଥିଲେ । ସେତେବେଳେ ଦେଶରେ ୨୪କୋଟି ଜନସାଧାରଣ ଥିଲେ । ସଂଯୁକ୍ତ ରାଜ୍ୟ ଶାସନ (ଫୁ୍ୟଡ଼ାଲ ଶାସନ ପଦ୍ଧତି) ଥିଲା । କାଉନସିଲ ଅଫ ଷ୍ଟେଟସ ପାଇଁ ୧୭୦୦୦ ଜନସାଧାରଣଙ୍କୁ ଭୋଟ ଦେବା ଅଧିକାର ମିଳିଲା । ନେସନାଲ ଆସେମ୍ଲି ପାଇଁ ୯ଲକ୍ଷ ୯ହଜାର ବ୍ୟକ୍ତିଙ୍କୁ ଭୋଟ ଦେବାର ଅଧିକାର ମିଳିଲା । ଗଣତନ୍ତ୍ର ପାଇଁ କୌଣସି ସଂଘର୍ଷ ଜନଜାଗରଣ ବିନା ଆମ ଦେଶରେ ୯ଲକ୍ଷ ଲୋକଙ୍କୁ ତୁରନ୍ତ ଭୋଟ ଦେବାର ଅଧିକାର ମିଳିଲା । ସ୍ୱାଧୀନତା ପରେ ୧୯୫୦ରେ ତୁରନ୍ତ ସମସ୍ତ ଜନସାଧାରଣଙ୍କୁ ଭୋଟ ଦେବାର ଅଧିକାର ମିଳିଲା । ଭାରତରେ ଜନସାଧାରଣମାନେ ଇଂଲଣ୍ଡର ଜନସାଧାରଣଙ୍କ ପରି ଗଣତନ୍ତ୍ର ସମ୍ବନ୍ଧରେ କୌଣସି ସଂଘର୍ଷ କିମ୍ବା ଜନଜାଗରଣ କରି ନାହାନ୍ତି । ଭାରତର ଜନସାଧାରଣ ଗଣତନ୍ତ୍ର ସମ୍ବନ୍ଧରେ କୌଣସି ପ୍ରଶିକ୍ଷଣ କରିନାହାନ୍ତି । ଏଣୁ ଗଣତନ୍ତ୍ରର ମୂଲ୍ୟକୁ ହୃଦୟଙ୍ଗମ କରି ନାହାନ୍ତି । ଇଂଲଣ୍ଡର ଜନତା ଏହି ପ୍ରଶିକ୍ଷଣ ୭୦୦ ବର୍ଷ ଧରି ଗ୍ରହଣ କରିଥିଲେ । କିନ୍ତୁ ଭାରତରେ ଏହା ହୋଇ ନଥିବା ଯୋଗୁଁ ଗଣତନ୍ତ୍ରର ସୁଫଳ ଆଜି ଦେଖାଯାଇ ନାହିଁ ।
    ଇଂଲଣ୍ଡର ସଂସଦୀୟ ପ୍ରଣାଳୀକୁ ଭାରତର ତତକାଳୀନ ନେତାମାନେ ସମାଲୋଚନା କରିଥିଲେ । ୧୯୦୮ ମସିହାରେ ‘ହିନ୍ଦ ସ୍ୱରାଜ୍ୟ’ ପୁସ୍ତକରେ ମହାତ୍ମା ଗାନ୍ଧୀ ଇଂଲଣ୍ଡର ସଂସଦୀୟ ପ୍ରଣାଳୀକୁ ଭାରତରେ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଯଦି ଏହା ଭାରତରେ ଲାଗୁ କରାଯାଏ ତେବେ ଭୋଟର ମାନଙ୍କର ଅବସ୍ଥା (ବେଶ୍ୟା) ପରି ହେବ । ଭୋଟରମାନେ କିଣାବିକା ହୋଇଯିବେ । ଗଣତନ୍ତ୍ରର ସୁଫଳ ମିଳିପାରିବ ନାହିଁ ବୋଲି ମହାତ୍ମା ଗାନ୍ଧୀ ବର୍ଣ୍ଣନା କରିଛନ୍ତି । ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୯୨୬ରେ ନିଜର ଜୀବନୀ ସମ୍ବନ୍ଧରେ ଏକ ପୁସ୍ତକ ରଚନା କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଯଦି ଭାରତ ଇଂଲଣ୍ଡର ସଂସଦୀୟ ପ୍ରଣାଳୀକୁ ସ୍ୱୀକାର କରେ ତେବେ ସର୍ବପ୍ରଥମେ ନିର୍ବାଚନ ସମୟରେ ଭ୍ରଷ୍ଟାଚାର ବୃଦ୍ଧି ପାଇବ । ନିର୍ବାଚନ ପରେ ମଧ୍ୟ ଏହି ଭ୍ରଷ୍ଟାଚାରକୁ ନିୟନ୍ତ୍ରଣ କରିହେବ ନାହିଁ । ୧୯୪୩ ମସିହାରେ ବିଶିଷ୍ଟ ଲେଖକ ଶ୍ରୀ ମାନବେନ୍ଦ୍ର ରାୟ ପାର୍ଟି ପାୱାର ଆଣ୍ଡ ପଲିଟିକ୍ସ’ ନାମକ ଏକ ପୁସ୍ତକ ରଚନା କରିଥିଲେ । ସେ ବିଶ୍ୱର ବହୁ ଦେଶର ସମ୍ବିଧାନକୁ ଅଧ୍ୟୟନ କରି ଏହି ପୁସ୍ତକ ରଚନା କରିଥିଲେ । ସେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଭାରତର ଗଣତନ୍ତ୍ରର ସୁଫଳ ସେତେବେଳେ ମିଳିବ ଯେବେ ସମସ୍ତ ଜନସାଧାରଣ ଜାଗ୍ରତ ହୋଇ ଏହାର ମୂଲ୍ୟକୁ ହୃଦୟଙ୍ଗମ କରିବେ । ଶ୍ରୀ ମାନବେନ୍ଦ୍ର ଏ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ଗଣତନ୍ତ୍ର ସମ୍ବନ୍ଧରେ ପବ୍ଲିକ୍ ଏଜୁକେସନ ଆବଶ୍ୟକ । ଏକ ସଭାରେ ତାଙ୍କୁ ପ୍ରଶ୍ନ କରାଗଲା ଯେ ଭାରତରେ ଶତକଡ଼ା ପଚାଶ ଭାଗ ନିରକ୍ଷର । ସେମାନଙ୍କୁ ଏ ସମ୍ବନ୍ଧରେ ପ୍ରଶିକ୍ଷଣ କିପରି ପ୍ରଦାନ କରାଯାଇ ପାରିବ ? ଶ୍ରୀ ଏମ.ଏନ.ରାୟ ଏହାର ଏକ ସୁନ୍ଦର ଉତ୍ତର ପ୍ରଦାନ କରିଥିଲେ । ଣରଗ୍ଦ, ସଗ୍ଧ ଜ୍ଞବଚ୍ଚ ଭର କ୍ଷକ୍ଟଦ୍ଭଶ ଙ୍ଗବଚ୍ଚ, ଭଙ୍କଗ୍ଧ ସଗ୍ଧ ଙ୍ଗକ୍ଟଙ୍କକ୍ଷୟ ଭର ଗ୍ଧଷର କ୍ଟଦ୍ଭକ୍ଷଚ୍ଚ ଙ୍ଗବଚ୍ଚ, ଗ୍ଧଷରଦ୍ଭ ସଗ୍ଧ ସଗ୍ଦ ବକ୍ଷଗ୍ଦକ୍ଟ ଗ୍ଧଷର ଗ୍ଦଷକ୍ଟକ୍ସଗ୍ଧରଗ୍ଦଗ୍ଧ ଙ୍ଗବଚ୍ଚ. ଏହି ରାସ୍ତା ସୁଦୀର୍ଘ ହୋଇପାରେ, ଯଦି ଏହା ଏକମାତ୍ର ରାସ୍ତା ତେବେ ଏହା କ୍ଷୁଦ୍ର ରାସ୍ତା ।
    ଆଜି ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ କାଳରେ ମଧ୍ୟ ଆମେ ଗଣତନ୍ତ୍ରର ମୂଲ୍ୟକୁ ହୃଦୟଙ୍ଗମ କରିପାରିଲୁ ନାହିଁ । ସେତେବେଳେ ମହାତ୍ମାଗାନ୍ଧୀଙ୍କ ସହିତ ଯେଉଁ ବୁଦ୍ଧିଜୀବୀମାନେ ସଂସଦୀୟ ଗଣତନ୍ତ୍ର ସମ୍ବନ୍ଧରେ ସତର୍କ କରିଥିଲେ, ତାହାକୁ ଆମେ ଅବହେଳା କଲୁ । ଆମର ଜନସାଧାରଣ ଗଣତନ୍ତ୍ର ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଗଲା ନାହିଁ । ତା’ର ଫଳ ଆଜି ଆମେ ଭୋଗ କରୁଛୁ । ନିର୍ବାଚନରେ ସମସ୍ତେ ଅଂଶଗ୍ରହଣ କରୁନାହାନ୍ତି । ଶତକଡ଼ା ଶହେ ଭାଗ ଭୋଟ ପ୍ରଦାନ ହୋଇପାରୁ ନାହିଁ । ବିଶେଷକରି ବୁଦ୍ଧିଜୀବୀ ଓ ସଜ୍ଜନ ବ୍ୟକ୍ତିମାନେ ନିର୍ବାଚନରେ ଅଂଶଗ୍ରହଣ କରୁନାହାନ୍ତି । ରାଜନୈତିକ ଦଳର ନେତୃବୃନ୍ଦମାନେ ନିର୍ବାଚନ ସମୟରେ ଭୋଟ କିଣାବିକା କରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି । ଭ୍ରଷ୍ଟାଚାର ଚରମ ଶିଖରରେ । କେବଳ ସେତିକି ନୁହେଁ ଦେଶରେ ଏବେ ମଧ୍ୟ ହିନ୍ଦୁ-ମୁସଲମାନ, ସବର୍ଣ୍ଣ-ଅସବର୍ଣ୍ଣ, ଭାଷା ପ୍ରାନ୍ତକୁ ନେଇ ବିଭେଦତା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ସାଧାରଣ ଜନତାଙ୍କ ପ୍ରଶିକ୍ଷଣ ଓ ସଜ୍ଜନ ଶକ୍ତିର ଜାଗରଣ ହିଁ ଏକମାତ୍ର ମାର୍ଗ । ଫଳରେ ଗଣତନ୍ତ୍ରର ସୁଫଳ ମିଳିବ ।
    ଆଡ଼ଭୋକେଟ
    ଖଟବିନ ସାହି, କଟକ
    ମୋ-୯୪୩୭୦୧୬୩୮୪
    -ଠ-

Leave a Reply