Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁଆରୀ ୧୭ ପାକିସ୍ତାନ ପାଇଁ ସବୁଠାରୁ ଖରାପ ସମୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁଆରୀ ୧୭ ପାକିସ୍ତାନ ପାଇଁ ସବୁଠାରୁ ଖରାପ ସମୟ



ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ଲଜ୍ଜିତ ପାକିସ୍ତାନ । ୧୫୦ରୁ ଅଧିକ ଆତଙ୍କୀଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଟଘଝଉ । ଏଥିରେ ଲସ୍କର-ଏ-ତୈବାର ମୁଖ୍ୟ ସମତେ ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ରହିଛନ୍ତି । ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ସଂକଟରେ ଜୁଝି ହେଉଥିବାବେଳେ ଆନ୍ୟପଟେ ଆତଙ୍କବାଦକୁ ନେଇ ବିଶ୍ୱ ମଂଚରେ ପୁଣି ଲଜ୍ଜିତ ହୋଇଛି । ଜାନୁଆରୀ ୧୭ ପାକିସ୍ତାନ ପାଇଁ ସବୁଠାରୁ ଖରାପ ସମୟ ଥିଲା । ଜାତିସଂଘର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫୦ରୁ ଅଧିକ ଆତଙ୍କବାଦୀଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି । ଲସ୍କର-ଏ-ତୈବାର ମୁମ୍ବାଇବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସାଈଦ, ୨୬/୧୧ ମୁମ୍ବାଇର ହମାଲରେ ସାମିଲ ଥିବା ଜକି-ଉରରହମାନ, ଜୈଶ-ଏ-ମହମ୍ମଦର ସଂସ୍ଥାପକ ମସୁଦ ଅଜହର ଏବଂ ୧୯୯୩ ବୋମା ବିସ୍ଫୋରଣର ଅପରାଧି ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ଇବ୍ରାହିମକୁ ବୋଲ୍ଡ ଲିଷ୍ଟ୍ କରିଛି ଟଘଝଉ । ଏହା ପୂର୍ବ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୋଷ୍ଟ ୱାଟେଂଡ୍ ଆତଙ୍କୀ ଅବଦୁଲ୍ ରେହମାନି ମକ୍କିକୁ
ଗ୍ଲୋବାଲ ଆତଙ୍କବାଦୀ ସୂଚୀରେ ସାମିଲ କରିଛି । ଟଘଝଉର ୧୨୬୭ ଆଇଏସଆଇଏଲ ଏବଂ ଆଲକାଏଦା ପ୍ରତିବନ୍ଧ ସମିତି ଜାନୁଆରୀ ୧୬ ତାରିଖ ଦିନ ମକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରି କଳା ତାଲିକାଭୁକ୍ତ କରିଥିଲା । ଏହା ପରେ ମକ୍କିର ସମ୍ପତିକୁ ଫ୍ରିଜ୍ କରାଯାଇଛି । ସେହିପରି ବିଦେଶ ଯାତ୍ରାକୁ ବ୍ୟାନ୍ କରାଯାଇଛି । ଯେଉଁ ଆତଙ୍କବାଦୀ ସଂଗଠନକୁ ଟଘଝଉ ବୋଲ୍ଡ ଲିଷ୍ଟ କରିଛି, ସମସ୍ତ ସଂଗଠନ ପାକିସ୍ତାନ- ଆଫଗାନିସ୍ତାନ ସୀମାନ୍ତ ଅଂଚଳରେ ଅପରେଟ୍ ହେଉଛି । ଗତ ବର୍ଷ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତ ଓ ଆମେରିକା ଆତଙ୍କବାଦ ଓ ଆତଙ୍କୀ ପ୍ରସଂଗ ଉଠାଇଥିଲା । ହେଲେ ଚୀନ ଏହାକୁ ବିରୋଧ କରଥିଲା । ଚଳିତ ବର୍ଷା ମକ୍କିକୁ ବିଶ୍ୱ ଆତଙ୍କବଦୀ ଘୋଷଣା କରିବାକୁ ଭାରତ ଓ ଆମେରିକା ପ୍ରସ୍ତାବ ଦେଇଥିବା ବେଳେ ଚୀନ୍ ଏଥର ପାକିସ୍ତାନ ହାତ ଛାଡ଼ି ଦେଇଛି । ପୂର୍ବ ନିଷ୍ପତିର ୭ମାସ ପରେ ଚୀନ୍ ନିଜ ନିଷ୍ପତିର ପରିବର୍ତନ ଆଣିଛି ।

Leave a Reply