Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ଆଫଗାନିସ୍ତାନରେ ତାଲିବାନୀ ଦଣ୍ଡର ଚିତ୍ର ସାମ୍ନାକୁ ଆସିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ଆଫଗାନିସ୍ତାନରେ ତାଲିବାନୀ ଦଣ୍ଡର ଚିତ୍ର ସାମ୍ନାକୁ ଆସିଛି


କାବୁଲ୍: ତାଲିବାନ ଏହାର ନିର୍ଦ୍ଦୟ ଦଣ୍ଡ ପାଇଁ ଜଣାଶୁଣା । ଆଫଗାନିସ୍ତାନରେ ତାଲିବାନୀ ଦଣ୍ଡର ଚିତ୍ର ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣଙ୍କ ଲୋମ ନିଶ୍ଚିତ ଟାଙ୍କୁରି ଉଠିବ । ଅର୍ଥାତ ପୁଣି ତାଲିବାନୀ ନିର୍ଯାତନା ସର୍ବସମ୍ମୁଖରେ କିଛି ଦୋଷୀଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଜାନୁଆରୀ ୧୭ ତାରିଖ ଦିନ ଆଫଗାନିସ୍ତାନର କାନ୍ଦାହାରରେ ତାଲିବାନ ଦ୍ୱାରା ୯ଜଣଙ୍କୁ ଦଣ୍ଡ ଦିଆଯାଇଥିଲା । ଯେଉଁଥିରୁ ୪ ଜଣଙ୍କ ହାତ କାଟି ଦିଆଯାଇଥିଲା । ମିଡିଆ ରିପୋର୍ଟ୍ସ ମୁତାବକ କାନ୍ଦାହାରର ଏକ ଫୁଟବଲ ଷ୍ଟାଡିୟମରେ ସର୍ବସାଧାରଣରେ ୯ ଜଣଙ୍କୁ ଦଣ୍ଡ ଦିଆଯାଇଥିଲା, ଯେଉଁଥିରୁ ଚୋରି ପାଇଁ ୪ ଯୁବକଙ୍କର ହାତ କାଟି ଦିଆଯାଇଥିବା ବେଳେ ଅବୈଧ ସମ୍ପର୍କ ସ୍ଥାପନ ପାଇଁ ପାଂଚ ଜଣଙ୍କୁ ନିସ୍ତୁକ ଚାବୁକ ପ୍ରହାର କରାଯାଇଥିଲା ଯେତେବେଳେ ଏହି ଅଭିଯୁକ୍ତମାନଙ୍କୁ ଦଣ୍ଡ ଦିଆଯାଉଥିଲା, ଷ୍ଟାଡିୟମରେ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ, ଯାହାଙ୍କ ଆଗରେ ଏହି ତାଲିବାନ ଦଣ୍ଡ ଦିଆଯାଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବେଆଇନ ସମ୍ପର୍କରେ ଲିପ୍ତ ଥିବା ଯୁବକମାନଙ୍କ ଉପରେ ପ୍ରାୟ ୩୮ ଚାବୁକ୍ ପ୍ରହାର କରାଯାଇଥିଲା । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ଲୋକ ଦଣ୍ଡ ପାଉଥିବା ବ୍ୟକ୍ତିଙ୍କ ବିକଳ ଚିକôାର ଶୁଣିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରକାର ଦଣ୍ଡ କାନ୍ଦାହାରରେ ଏକ ନୂଆ କଥା ନୁହେଁ । ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ତାଲିବାନ ଏପରି ଦଣ୍ଡ ଦେବା ପଛରେ ବିଶ୍ୱାସ କରେ ଯେ ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବ ଏବଂ ସେମାନେ ଭୁଲ କାମ କରିବାକୁ ଭୟ କରିବେ । ତାଲିବାନ ଏହା ପୂର୍ବରୁ ସର୍ବସାଧାରଣରେ କହିଛି ଯେ ଭବିଷ୍ୟତରେ ଏପରି ଦଣ୍ଡ ଜାରି ରହିବ, ଯାହାଫଳରେ ଲୋକମାନେ ଭୁଲ୍ କରିବା ପୂର୍ବରୁ ଏକ ହଜାର ଥର ଭାବିବେ ।

Leave a Reply