Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ହାଇଆଲର୍ଟ ,ଭଗବାନ ହନୁମାନ ଏଠାରେ ରାଜାଙ୍କ ଭଳି ବସିଛନ୍ତି,ସେ ପୂରା ବିଶ୍ୱର ସୁରକ୍ଷା କରୁଛନ୍ତି-ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଜୀ ମହାରାଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ହାଇଆଲର୍ଟ ,ଭଗବାନ ହନୁମାନ ଏଠାରେ ରାଜାଙ୍କ ଭଳି ବସିଛନ୍ତି,ସେ ପୂରା ବିଶ୍ୱର ସୁରକ୍ଷା କରୁଛନ୍ତି-ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଜୀ ମହାରାଜ


ଲକ୍ଷ୍ନୌ : ଦେଶର ରାଜଧାନୀ ଦିଲ୍ଲୀରୁ ୨ ଜଣ ଆତଙ୍କବାଦୀ ଧରାପଡ଼ିବା ପରେ ଉତର ପ୍ରଦେଶର ଅଯୋଧ୍ୟାରେ ହାଇଆଲର୍ଟ ଜାରି କରାଯାଇଛି । ଗିରଫ ଦୁଇ ଆତଙ୍କୀ ଦକ୍ଷିଣ ପନ୍ଥୀ ସଂଗଠନର ନିର୍ଦ୍ଦିଷ୍ଟ ହିନ୍ଦୁ ନେତାମାନଙ୍କୁ ହତ୍ୟା କରିବାକୁ କାମ ପାଇଥିବା ପୁଲିସ୍ କହିଛି । ତେଣୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଅଯୋଧ୍ୟାର ସିଓ ଶୈଳନ୍ଦ୍ର ଗୌତମ କହିଛନ୍ତି, ହାଇଆଲର୍ଟ ଜାରି କରାଯାଇଛି ଓ ସବୁ ଗାଡ଼ିକୁ ଚେକିଂ କରାଯାଉଛି । ସବୁ ସ୍ଥାନ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରହିଛି । ବିଶେଷ କରି ଅଯୋଧ୍ୟା ଧାମକୁ ପ୍ରବେଶ କରୁଥିବା ଗାଡ଼ି ଓ ଲୋକଙ୍କର ଯାଞ୍ଚ ହେଉଛି । ପରିଚୟପତ୍ର ଚେକିଂ କରିବା ପରେ ଅଯୋଧ୍ୟାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ବିଭିନ୍ନ ମଠ, ଅଯୋଧ୍ୟାରେ ଥିବା ମନ୍ଦିର ଓ ଅଯୋଧ୍ୟାର ତେଧି ବଜାରରେ ଥିବା ରମଜନ୍ମ ଭୂମି ମାର୍ଗରେ ସବୁଠାରୁ ଅଧିକ ଛାନଭିନ କରାଯାଉଛି ବୋଲି ସେ କହିଛନ୍ତି । ରାମଜନ୍ମ ଭୂମିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଜୀ ମହାରାଜ କହିଛନ୍ତି, ଯଦି ରାମ ମନ୍ଦିର ଉପରେ ହମଲା କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରନ୍ତି, ତା’ହେଲେ ସେମାନଙ୍କୁ ହତ୍ୟା କରାଯିବ । ଭଗବାନ ହନୁମାନ ଏଠାରେ ରାଜାଙ୍କ ଭଳି ବସିଛନ୍ତି । ସେ ପୂରା ବିଶ୍ୱର ସୁରକ୍ଷା କରୁଛନ୍ତି । ଆମ ସୁରକ୍ଷା ବ୍ୟବସ୍ଥା ପୂରା କଡ଼ାକଡ଼ି ରହିଛି । ୨୦୦୫ରେ ରାମଜନ୍ମ ଭୂମିରେ ହମଲା ହୋଇଥିଲା । ଏଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ପରବର୍ତୀ ଅବସ୍ଥାରେ ହନୁମାନଗଡ଼ିରୁ ଆରଡିଏକ୍ସ ଭର୍ତି କୁକର ବୋମା ମିଳିଥିଲା । ଏହାକୁ ସୁରକ୍ଷାକର୍ମୀମାନେ ଡି- ଆକ୍ଟିଭେଟଡ କରିଥିଲେ । ତେଣୁ ହମଲା ପାଇଁ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀଙ୍କୁ ଏଠାରେ ହତ୍ୟା କରାଯିବ ବୋଲି ସେ କହିଛନ୍ତି । ଜାନୁଆରୀ ୧୫ରେ ଦିଲ୍ଲୀ ପୁଲିସ୍ ଜଗଜିତ ସିଂହ ଓ ନୌଶାଦ ଅଲୀ ନାମକ ଦୁଇ ଜଣ ଆତଙ୍କବାଦୀକୁ ଗିରଫ କରିଥିଲା । ସେମାନେ ଦକ୍ଷିଣପନ୍ଥୀ ସଂଗଠନର ନେତାମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଏହି ଖବର ମିଳିବା ପରେ ଅଯୋଧ୍ୟାରେ ସବୁଠାରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

Leave a Reply