Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନରମିଲା ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନରମିଲା ପାକିସ୍ତାନ


ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଗତ କିଛି ଦିନ ହେବ ନିଜ ଦେଶର ବାସ୍ତବତାଠାରୁ ଦୂରେଇ ରହିବା ପରିବର୍ତେ ପ୍ରକୃତ ପରିସ୍ଥିତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ନିକଟରେ ସେ ପାକିସ୍ତାନ ପାଇଁ ବାରମ୍ବାର ଋଣ ମାଗିବାକୁ ଭିକ ମାଗିବ ସହ ତୁଳନା କରିଥିଲେ ଏବଂ କହିଥିଲେ ଯେ, ତାଙ୍କୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ୁଛି । ଏବେ ସେ ଭାରତ ସହ ସମ୍ପର୍କକୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ଶରିଫ କହିଛନ୍ତି, ଭାରତ ସହ ୩ଟି ଯୁଦ୍ଧ ପରେ ତାଙ୍କ ଦେଶ ବୁଦ୍ଧି ଶିଖିଛି । ପଶ୍ଚିମ ଏସିଆର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ-ଆରବିୟାକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତ ସହ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ସ୍ୱାଧୀନତା ପରଠାରୁ ତିନୋଟି ଯୁଦ୍ଧ ପରେ ପାକିସ୍ତାନ ଉଚିତ୍ ଶିକ୍ଷା ପାଇଛି ଏବଂ ବର୍ତମାନ ସେ ଶାନ୍ତି ଚାହୁଁଛନ୍ତି । ସେ ଚ୍ୟାନେଲ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିବେଦନ କରି କହିଛନ୍ତି, ପାକିସ୍ତାନ ଶାନ୍ତି ଚାହୁଁଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥର ଶରିଫ କାଶ୍ମୀରକୁ ନେଇ ଭାରତକୁ କୌଣସି ଧମକ ଦେଇନାହାଁନ୍ତି, ବରଂ ଭାରତ ସହ ଆଲୋଚନା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । କାଶ୍ମୀରରେ ଭାରତ ତରଫରୁ କୌଣସି ମାନବାଧିକାର ଉଲ୍ଲଂଘନ ହୋଇ ନାହିଁ । ଆମେ ଭାରତ ସହିତ ତିନୋଟି ଯୁଦ୍ଧ ଲଢିଛୁ ଏବଂ ଏହା କେବଳ ଲୋକଙ୍କ ପାଇଁ ଦୁଃଖ, ଦାରିଦ୍ର୍ୟ ଏବଂ ବେରୋଜଗାରୀ ଆଣିଦେଇଛି । ଆମେ ବୁଦ୍ଧି ଶିଖିଲୁ ଏବଂ ବର୍ତମାନ ଶାନ୍ତିରେ ରହିବାକୁ ଚାହୁଁଛୁ, ବାସ୍ କେବଳ ଆମ ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ ହୋଇଯାଉ । ପାକିସ୍ତାନ ଆଉ ବୋମା ଓ ଗୋଳା ବାରୁଦ ତିଆରି କରିବାରେ ନିଜର ସମ୍ବଳ ନଷ୍ଟ କରିବାକୁ ଚାହୁଁନାହିଁ । ଆମେ ଉଭୟ ଆଣବିକ ଶକ୍ତି ସମ୍ପନ୍ନ ଦେଶ । ଭଗବାନ କରନ୍ତୁ କୌଣସି ଯୁଦ୍ଧ ନହେଉ ।

Leave a Reply