Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହକି ବିଶ୍ୱକପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହକି ବିଶ୍ୱକପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ


କଟକ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍-୨୦୨୩ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୧ ତାରିଖ ସନ୍ଧ୍ୟାରେ ହକି ବିଶ୍ୱକପ୍କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରୁଛି । ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି । ଓଡ଼ିଶାରେ ହକି ବିଶ୍ୱକପ୍ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । କଟକରେ ହକି ବିଶ୍ୱକପର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ ଜଣାଉଛି ।
ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଉଦଘାଟନସମାରୋହରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗଠାକୁର, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍ଆଇଏଚ୍) ସଭାପତି ତୟା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା,୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ । ଏତଦ୍ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ । ହକି ବିଶ୍ୱକପ୍-୨୦୨୩ର ମ୍ୟାଚଗୁଡ଼ିକ ଜାନୁଆରି ୧୩ ତାରିଖ ଠାରୁ ଆରମ୍ଭ ହେବ । ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେଫାଇନାଲ ମ୍ୟାଚ୍ ଜାନୁଆରୀ ୨୯ ତାରିଖରେ ହେବ । ଓଡ଼ିଶା ଓ ଓଡ଼ିଶା ବାହାରର ଶିଳ୍ପୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣରେ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମପରିସର ଆନନ୍ଦମୁଖର ହୋଇଉଠିଥିଲା । ଏହି ମନଲୋଭା ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଦର୍ଶକମାନେ ଅପରାହ୍ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ଅପରାହ୍ଣ ୩ଟାରୁ ନୃତ୍ୟସଂଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ । ଉଦ୍ଘାଟନୀ ଉତ୍ସବ ପାଇଁ ଉଭୟ ବଲିଉଡ ଓ ଓଲିଉଡର ପ୍ରତିଷ୍ଠିତ କଳାକାର ଅଂଶଗ୍ରହଣ କରିଥିଲେ । ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ପ୍ରାୟ ୯ଟା ଯାଏଁ ଜାରି ରହିଥିଲା । ।

Leave a Reply