Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତ ସରକାର ପ୍ରଚଳିତ କରିଥିବା କଏନ ଗୁଡ଼ିକ ଅଚଳ ନା ସଚଳ ଏହାକୁ ନେଇ ଗୁଜବ ପ୍ରକାଶ ପାଇବା ପରେ ଜାନୁଆରୀ ୯ ତାରିଖ ଦିନ ସ୍ପଷ୍ଟୀକରଣ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) । କଏନ ସମ୍ପର୍କରେ କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଆର ବିଆଇ ସ୍ପଷ୍ଟ କରିଛି, ୫୦ ପଇସାରୁ ଊର୍ଦ୍ଧ୍ୱ ସମସ୍ତ କଏନ ଲିଗାଲ ଟେଣ୍ଡର ବା ଆଇନଗତ ବୈଧ । ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର, ଥିମ୍ ଓ ଡିଜାଇନର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଓ ୨୦ ଟଙ୍କା ମୂଲ୍ୟର କଏନ ପ୍ରଚଳନ କରିଛନ୍ତି । ଏ ସମସ୍ତ କଏନ ଆଇନଗତ ବୈଧ । ଆରବିଆଇ କେବଳ କଏନର ବିତରଣ କରିଥାଏ । କଏନ ବୈଧତା ନେଇ ଆରବିଆଇ ପକ୍ଷରୁ ବାରମ୍ବାର ସଚେତନତା ମେଳା ଆୟୋଜନ କରାଯାଉଛି । କଏନେଜ୍ ଆକ୍ଟ ୨୦୧୧ ଅନୁସାରେ, ନେଣ ଦେଣ ସମୟରେ ଜଣେ ଏକକାଳୀନ ୧ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ ଦେଇପାରିବେ । ୫୦ ପଇସା କ୍ଷେତ୍ରରେ ଜଣେ ଏକକାଳୀନ ୧୦ ଟଙ୍କା ଯାଏଁ ପେମେଂଟକରିପାରିବ । ସମସ୍ତ ବ୍ୟାଙ୍କକୁ ନେଣଦେଣ ବେଳେ କଏନ ଗ୍ରହଣ କରିବା ଓ ଏହାର ଶାଖାରେ ଏହାର ବିନିମୟ ଲାଗି ନିୟମ ଓ ସର୍ତାବଳୀ ସହ ନିଦେ୍ର୍ଦଶ ଦିଆଯାଇଛି । ଏହାର ଉଲ୍ଲଂଘନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply