Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜୌରୀ ଟାର୍ଗେଟ କଲିଂର ପ୍ରତିଶୋଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜୌରୀ ଟାର୍ଗେଟ କଲିଂର ପ୍ରତିଶୋଧ


ଶ୍ରୀନଗର: ଜାମ୍ମୁକାଶ୍ମୀରର ବାଲାକୋଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ କିଛିଦିନ ତଳେ ରାଜୌରୀର ଡାଙ୍ଗରୀଠାରେ ଏହି ଦୁଇ ଆତଙ୍କବାଦୀ ୭ ଜଣ ସାଧାରଣ ନାଗରିକଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘାଟିରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଅପରେସନ ଚାଲିଥିବା ସମୟରେ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାଲାକୋଟ ଅଂଚଳରେ ଦୁଇ ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀ ଲୁଚି ରହିଛନ୍ତି । ସେମାନେ ଯେକୌଣସି ମୁହୂର୍ତରେ ହିଂସାକାଣ୍ଡ ଘଟାଇବାର ସମ୍ଭାବନା ରହିଛି । ଏହି ଖବର ମିଳିବା ପରେ ସୁରକ୍ଷାକର୍ମୀ ପୁରା ଅଂଚଳକୁ ଘେରାବନ୍ଦୀ କରି ରଖିବା ସହ ଆତଙ୍କୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବାରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଆତଙ୍କବାଦୀ ଟଳି ପଡ଼ିଥିଲେ ।

Leave a Reply