Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୂମି ତଳ ସୁଡ଼ଙ୍ଗ ଠାବ କରିବ ଡ୍ରୋନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୂମି ତଳ ସୁଡ଼ଙ୍ଗ ଠାବ କରିବ ଡ୍ରୋନ୍


ନୂଆଦିଲ୍ଲୀ : ଭାରତରେ ଅନୁପ୍ରବେଶ କରିବାକୁ ଓ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ପଠାଇବାକୁ ପାକିସ୍ତାନୀ ଆତଙ୍କବାଦୀମାନେ ବିଭିନ୍ନ ପ୍ରକାରର ଉପାୟ ଅବଲ ମ୍ବନ କରୁଛନ୍ତି । ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଓ ବିଏସଏଫ କଡ଼ା ପ୍ରହରା ଦେଉଥିବାରୁ ଆତଙ୍କବାଦୀମାନେ ଭୂମିତଳେ ସୁଡ଼ଙ୍ଗ ଖୋଳି ଭାରତରେ ଅନୁପ୍ରବେଶ କରୁଛନ୍ତି । ସେହିପରି ପଂଜାବରେ ଅନ୍ତର୍ଜାତୀୟ ସୀମା ତଳେ ସୁଡ଼ଙ୍ଗ ଖୋଳି ଭାରତକୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ ହେଉଛି । ଏସବୁ ସୁଡ଼ଙ୍ଗଗୁଡ଼ିକୁ ଠାବ କରିବା ଅନେକ ସମୟରେ ବିଏସଏଫ ପାଇଁ କଷ୍ଟକର ହୋଇପଡ଼ୁଛି । ଏହାର ସମାଧାନ ପାଇଁ ବିଏସଏଫ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା ନିଆଯାଇଛି । ବିଏସଏଫ ପକ୍ଷରୁ ଏବେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ଲାଗିଥିବା ଡ୍ରୋନ ବ୍ୟବହାର କରାଯାଉଛି । ଏସବୁ ରାଡାର ଭୂମିତଳେ ଥିବା ସୁଡ଼ଙ୍ଗକୁ ଠାବ କରିପାରିବ । ଏସବୁ ରାଡାର ଶକ୍ତିଶାଳୀ ରେଡିଓ ତରଙ୍ଗ ପଠାଇ ଭୂମିତଳେ ଥିବା ଟନେଲକୁ ଦେଖିପାରେ । ସ୍ୱଦେଶୀ ଜ୍ଞାନ କୌଶଳରେ ଏଗୁଡ଼ିକୁ ନିର୍ମାଣ କରାଯାଇଛି । ଏକ ଭାରତୀୟ କମ୍ପାନି ଏଗୁଡ଼ିକୁ ବିକଶିତ କରିଛି । ଏବେ ଏଗୁଡ଼ିକୁ ୧୯୨ କିଲୋମିଟର ଲ ମ୍ବ ଅନ୍ତର୍ଜାତୀୟ ସୀମା ନିକଟରେ ବ୍ୟବହାର କରାଯାଉଛି । ଗତ ୨୦୨୦, ୨୦୨୧ ଓ ୨୦୨୨ରେ ଏପରି ୩ଟି ସୁଡ଼ଙ୍ଗର ସନ୍ଧାନ ମିଳିଥିଲା । ଏଗୁଡ଼ିକ ଇନେ୍ଦ୍ରଶ୍ୱର ନଗର ସେକ୍ଟରରେ ଠାବ କରାଯାଇଥିଲା ।

Leave a Reply