Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱର ମୁଖ୍ୟ ୫୦୦ ୟୁନିଭର୍ସିଟିକୁ କ୍ୟାମ୍ପସ ଖୋଲିବାକୁ ଅନୁମତି ମିଳିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱର ମୁଖ୍ୟ ୫୦୦ ୟୁନିଭର୍ସିଟିକୁ କ୍ୟାମ୍ପସ ଖୋଲିବାକୁ ଅନୁମତି ମିଳିବ

ବିନା ଅନୁମତିରେ ଭାରତରେ କ୍ୟାମ୍ପସ ଖୋଲିପାରିବେନି ବିଦେଶୀ ୟୁନିଭର୍ସିଟି

ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ବିନା ଅନୁମତିରେ କୌଣସି ବିଦେଶୀ ୟୁନିଭର୍ସିଟି ଭାରତରେ ଶାଖା ଖୋଲି ପାଠ ପଢ଼ାଇପାରିବେ ନାହିଁ । ଏଥିପାଇଁ ତାଙ୍କୁ ୟୁଜିସିର ଅନୁମୋଦନ ନେବାକୁ ହେବ । ଏହି ଅନୁମୋଦନ ପ୍ରଥମ ପର୍ଯ୍ୟାୟରେ ୧୦ ବର୍ଷ ପାଇଁ ହେବ । ଭାରତରେ ଶାଖା ଖୋଲି ଶିକ୍ଷାଦନ କରିବାକୁ ଚାହଁଥିବା ବିଦେଶୀ ୟୁନିଭର୍ସିଟି ଗୁଡ଼ିକ ପାଇଁ ଜାରି ହୋଇଥିବା ଗାଇଡ୍ ଲାଇନରେ ଏହି ନିଦେ୍ର୍ଦଶାବଳୀ ରହିଛି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ୟୁଜିସି ଚେୟାରପର୍ସନ ଏମ୍ ଜଗଦିଶ କୁମାର । ତେବେ ପୂର୍ବରୁ ଥିବା ବିଦେଶୀ ୟୁନିଭର୍ସିଟିଗୁଡ଼ିକ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ହିଁ କ୍ଲାସ୍ ହେବ । ଅନ୍ଲାଇନ୍ କ୍ଲାସ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଡିଷ୍ଟାନ୍ସ କୋର୍ସ ବି ସେମାନେ କରିପାରିବେ ନାହିଁ ବୋଲି ଜଗଦିଶ କୁମାର କହିଛନ୍ତି । ଏଥିରେ ବିଦେଶ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି । ତେବେ ନାମଲେଖାକୁ ନେଇ ସେ କହିଛନ୍ତି ଯେ ୟୁନିଭର୍ସିଟିଗୁଡ଼ିକ ପୂର୍ଣ୍ଣ ସ୍ୱାଧୀନତାର ଏହା କରିପାରିବେ । ଫି ମଧ୍ୟ ଆଦାୟ କରିପାରିବେ । ତେବେ ମୂଳ ୟୁନିଭର୍ସିଟିରେ ପଢ଼ାଯାଉଥିବା ପାଠ ଭଳି ଭାରତରେ ଖୋଲାଯାଇଥିବା କ୍ୟାମ୍ପସରେ ମଧ୍ୟ ସମାନ ପାଠପଢ଼ା ହେବ । କୌଣସି ଭେଦଭାବ କରାଯିବ ନାହିଁ ୟୁଜିସି ନିଦେ୍ର୍ଦଶନାମାରେ କହିଛି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ୟୁଜିସି ଚେୟାରପର୍ସନ ଏମ୍ ଜଗଦିଶ କୁମାର । ତେବେ ପୂର୍ବରୁ ଥିବା ବିଦେଶୀ ୟୁନିଭର୍ସିଟିଗୁଡ଼ିକ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ହିଁ କ୍ଲାସ୍ ହେବ । ଅନ୍ଲାଇନ୍ କ୍ଲାସ୍ କରିବାକୁ ଅନୁମତି ଦିଆଯିବ ନାହିଁ । ଡିଷ୍ଟାନ୍ସ କୋର୍ସ ବି ସେମାନେ କରିପାରିବେ ନାହିଁ ବୋଲି ଜଗଦିଶ କୁମାର କହିଛନ୍ତି । ଏଥିରେ ବିଦେଶ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି । ଏଥିପାଇଁ ଆବଶ୍ୟକୀୟ ସୀମାପାର ପାଣ୍ଠି ଯୋଗାଣ ବିଦେଶୀ ବିନିମୟ ପରିଚାଳନା ନିୟମରେ ହେବ । ତା ସହ ବିଦେଶୀ ୟୁନିଭର୍ସିଟିକୁ ମିଳିଥିବା ପ୍ରଥମ ପର୍ଯ୍ୟାୟ ଅନୁମୋଦନ ୯ ବର୍ଷ ପରେ ରି-ନ୍ୟୁ ହେବ । ଅନୁମୋଦନ ସମୟ ଅନୁସାରେ ବଦଳୁଥିବା ସର୍ତ୍ତକୁ ମାନିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି । ଆହୁରି ଅନେକ ନିୟମ ଗାଇଡ୍ଲାଇନ୍ରେ ରହିଛି । ଏନେଇ ଶ୍ରୀ କୁମାର କହିଛନ୍ତି ବିଶ୍ୱର ମୁଖ୍ୟ ୫୦୦ ୟୁନିଭର୍ସିଟିକୁ ଏଠାରେ କ୍ୟାମ୍ପସ ଖୋଲିବାକୁ ଅନୁମତି ମିଳିବ

Leave a Reply