Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ କାଟୁଥିବା ବେଳେ ଗ୍ରାମବାସୀଙ୍କ ଚଢ଼ାଉ, ୩ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ କାଟୁଥିବା ବେଳେ ଗ୍ରାମବାସୀଙ୍କ ଚଢ଼ାଉ, ୩ ଅଟକ


ଭଞ୍ଜନଗର: ଇଂରାଜୀ ନୂଆଁ ବର୍ଷ ପାଳନ ପୂର୍ବରୁ ହୀନ ମାନସିକତା ଭଳି ଏକ କାର୍ଯ୍ୟକଳାପ ଘଟିଛି । ଗାଲେରୀ ଫାଣ୍ଡି ଅନ୍ତର୍ଗତ ବିଲୁଆପଡା ଗାଁ ନିକଟରେ । ଗୋଟିଏ ଗାଈ କୁ ହତ୍ୟା କରି ତାର ମାଂସ କାଟୁଥିବା ବେଳେ ସ୍ଥାନୀୟ ଲୋକେ ଚଢ଼ାଉ କରିଥିଲେ । ଘଟଣା ରେ ସଂପୃକ୍ତ ୩ ଜଣ ଲୋକଙ୍କୁ କାବୁ କରି ଧରିନେବା ସହ ନିକଟସ୍ଥ ପୋଲିସ ଫାଣ୍ଡି ରେ ଜିମା ଦେଇଥିଲେ । ଏନେଇ ସଂପୃକ୍ତ ଅଭିଯୁକ୍ତଙ୍କୁ ଫାଣ୍ଡି ରେ ଅଟକ ରଖି ପଚରା ଉଚରା କରିବା ସହ ୪୩୨/୨୨ ରେ ଏକ ମାମଲା ରୁଜୁ କରିଛି ପୋଲିସ । ସୂଚନା ପ୍ରକାରେ ବିଲୁଆପଡା ଗାଁ ନିକଟ ଏକ ଚାଷଜମିରେ ୩ ଜଣ ବ୍ୟକ୍ତି ଗୋଟିଏ ଗାଈକୁ ନେଇ ହତ୍ୟା କରି ତା\’ର ମାଂସ କାଟିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ କିଛି ଲୋକ ଏହାର ପ୍ରତିବାଦ କରିଥିଲେ । ଏହା ପରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଧରିନେଇ ପୋଲିସ ରେ ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାରେ ନୂଆବର୍ଷ ପାଳନ କରିବା ପାଇଁ ହେଉଥିବା ଭୋଜି ସକାଶେ ଗୋ-ମାଂସ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ ସଂପୃକ୍ତ ଅଭିଯୁକ୍ତମାନେ ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଈର ମୃତଦେହ କୁ ଜବତ କରିବା ସହ , ପ୍ରଣୀଧନ ଚିକିତ୍ସାକ ଙ୍କ ସହଯୋଗ ରେ ବ୍ୟବଛେଦ କରାଯିବ ଯାଇଥିଲା । ବ୍ୟବଛେଦ ସମୟରେ ଜଣାପଡିଥିଲା ଗାଈ ଟି ଗର୍ଭଧାରଣ କରିଥିଲା । ଏବଂ ଗୋଟିଏ ମୃତ ଶାବକ ଉଧାର କରାଯାଇଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା । କୌଣସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଉପୁଜିବା ଆଶଙ୍କାରେ ସ୍ଥାନୀୟ ପୋଲିସ ସଜାଗ ରହିଥିବାବେଳେ ଘଟଣାସ୍ଥଳରେ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ରବି ଶତପଥି, ବଟକୃଷ୍ଣ ପଣ୍ଡା, ମୂରଲୀଧର ପଣ୍ଡା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏନେଇ ଘଟଣାର ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ସୂଚନା ଦେଇଛନ୍ତି

Leave a Reply