Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁଖୋଇ ବିମାନରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁଖୋଇ ବିମାନରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସୁଖୋଇ ଯୁଦ୍ଧ ବିମାନ ଏସ୍ୟୁ୩୦ଏମକେଆଇରୁ ଆଜି ଭାରତୀୟ ବାୟୁସେନା ବେଶ ସଫଳତାର ସହ ବ୍ରହ୍ମୋସ ମିସାଇଲ୍?ର ବର୍ଦ୍ଧିତ ଲକ୍ଷ୍ୟଭେଦ କ୍ଷମତାର ପରୀକ୍ଷଣ କରିଛି । ଏଣିକି ସମୁଦ୍ର ମଧ୍ୟରେ ବ୍ରହ୍ମୋସ ମିସାଇଲ ୪୦୦ କିମି ଦୂରରୁ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସୁଖୋଇ-୩୦ ଯୁଦ୍ଧ ବିମାନରୁ ସ୍ଥଳ ଓ ସମୁଦ୍ର ପଥରେ ଟାର୍ଗେଟକୁ ହିଟ୍ କରିପାରୁଥିବା ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ବାୟୁସେନା କରିଛି । ବଙ୍ଗୋପସାଗରରେ ଏହାର ପରୀକ୍ଷଣ କରାଯାଇଥିଲା । ବାୟୁସେନା ବ୍ୟତୀତ, ଭାରତୀୟ ନୌସେନା, ଡିଆରଡିଓ, ହାଲ ଓ ବ୍ରହ୍ମୋସ ଏରୋସ୍ପେଶ ମିଳିତ ଭାବେ ପରୀକ୍ଷଣକୁ ସଫଳ କରିଛନ୍ତି । ଚଳିତ ବର୍ଷ ମେ’ ମାସରେ ସୁଖୋଇ ଯୁଦ୍ଧ ବିମାନରୁ ସୁପରସୋନିକ୍ କ୍ଷେପଣାସ୍ତ୍ରର ଏକ୍ସଟେଣ୍ଡ ରେଞ୍ଜକୁ ପରୀକ୍ଷଣ କରାଯାଇଥିଲା । ସେତେବେଳେ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୨୯୦ କିମିରୁ ୩୫୦ କିମିକୁ ବଢ଼ିଥିଲା । ଏବେ ଏହାକୁ ୪୦୦ କିମିକୁ ବଢ଼ିଛି । ପରୀକ୍ଷଣ ପାଇଁ ବଙ୍ଗୋପସାଗରରେ ଗୋଟିଏ ଜାହାଜକୁ ପ୍ରସ୍ତୁତ କରି ରଖାଯାଇଥିଲା । ପରୀକ୍ଷଣ ବେଳେ ବ୍ରହ୍ମୋସ ମିସାଇଲ ସୁଖୋଇରୁ ମାଡ଼ ହୋଇ ଟାର୍ଗେଟକୁ ବେଶ ସଫଳତାର ସହ ହିଟ୍ କରିଥିଲା । ଆକାଶ ମାର୍ଗରୁ ସମୁଦ୍ରରେ ଥିବା ଟାର୍ଗେଟକୁ ହିଟ୍ କରିବା ପରୀକ୍ଷଣ ପ୍ରଥମଥର ପାଇଁ ହୋଇଛି । ପୂର୍ବରୁ କେବଳ ସ୍ଥଳଭାଗ ଓ ଜଳଭାଗରୁ ସମୁଦ୍ରରେ ଥିବା ଟାର୍ଗେଟକୁ ନଷ୍ଟ କରାଯିବା ପ୍ରଣାଳୀର ପରୀକ୍ଷଣ ହୋଇଥିଲା । ଏଥିରେ ବାୟୁସେନାକୁ ସଫଳତା ମଧ୍ୟ ମିଳିଛି । ବ୍ରହ୍ମୋସ ସୁପରସୋନିକ ମିସାଇଲକୁ ସ୍ୱଦେଶୀ ଜ୍ଞାନକୌଶଲ ଦ୍ୱାରା ଭାରତରେ ବିକଶିତ କରାଯାଇଛି । ଏଥିରେ ରାମଜେଟ୍ ଇଞ୍ଜିନର ବ୍ୟବହାର କରାଯାଇଥିବାରୁ ମିସାଇଲ ବେଗ ଅଧିକ ରହିବ ।

Leave a Reply