Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆକାଶ ଏବଂ ସମୁଦ୍ର ମଝିରେ ର୍ନିମାଣ ହେଉଛି ବିଳାଶପୂର୍ଣ୍ଣ ହୋଟେଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆକାଶ ଏବଂ ସମୁଦ୍ର ମଝିରେ ର୍ନିମାଣ ହେଉଛି ବିଳାଶପୂର୍ଣ୍ଣ ହୋଟେଲ

ମୁମ୍ାଇ : ଶାୟବାରା ଦ୍ୱୀପ ଯେଉଁଠାରେ କେହି ରୁହନ୍ତି ନାହିଁ । ବର୍ତମାନ ସେଠାରେ ଏକ ହୋଟେଲ ର୍ନିମାଣ କରାଯାଉଛି । ଯାହା ସ୍୍ୱପ୍ନରେ ମଧ୍ୟ କେହି ଭାବି ନଥିବେ । ଶାୟବାରା ଦ୍ୱୀପରେ ଅବସ୍ଥିତ ଶେୟବାରା ରିସର୍ଟର କିଛି ଫଟୋ ଏବଂ ଭିଡିଓ ଅନଲାଇନରେ ସେୟାର କରାଯାଇଛି । ଏହାକୁ ଦେଖି ଲୋକମାନେ ଏହା କିପରି ସମ୍ଭବ ତାହା ବିଶ୍ୱ୍ାସ କରି ପାରୁ ନାହାନ୍ତି । ଏହି ବିଳାସପୂର୍ଣ୍ଣ ହୋଟେଲ ୨୦୨୪ ସୁଦ୍ଧା ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ସ୍ଥିର ହୋଇଛି । ହୋଟେଲଟି କିଲ୍ଲା ଡିଜାଇନ୍ କମ୍ପାନୀ ଦ୍ୱାରା ଡିଜାଇନ୍ କରାଯାଇଛି । ଏହି ରିସର୍ଟରେ ପହଁଚିବା ପାଇଁ ଆପଣଙ୍କୁ ସାଉଦି ଆରବରୁ ୪୫ ମିନିଟର ଡଙ୍ଗା ଯାତ୍ରା କରିବାକୁ ପଡିବ । ତେବେ ଯାଇକି ଆପଣ ଏହି ସ୍ଥାନରେ ପହଁଚି ପାରିବେ । ହେବି ଲିଫ୍ଟିଂ ଏବଂ ଟ୍ରାନ୍ପୋର୍ଟ କମ୍ପାନି ମମୋଏଟ ଦ୍ୱ୍ାରା ସମୁଦାୟ ·ରିଟି ଭିଲ୍ଲା ପରିବହନ କରାଯାଇଛି । ଭବିଷ୍ୟତର ଅର୍ବସ୍ (ଭବିଷ୍ୟତର ମହଙ୍ଗା ହୋଟେଲ ରୁମ୍) ଜଳ ଉପରେ ଭାସମନ ଲହରୀ ସହ ଏହା ଆକାଶ ଏବଂ ସମୁଦ୍ରକୁ ପ୍ରତିଫଳିତ କରିବ । କେବଳ ଏତିକି ନୁହେଁ, ଅର୍ବଲ ୱାଟର ଲାଇନ୍ ତଳେ କୋରାଲ୍ ରିଫ୍ ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ । ଶେୟାବାର ହୋଟେଲ ହେଉଛି ୭୩ ରୁମ୍ ସହିତ ଏକ ହାଇ-ବିଳାସପୂର୍ଣ୍ଣ ରିସର୍ଟ ଅଟେ । ଏହି ଦ୍ୱୀପରେ ମାଙ୍ଗ୍ରୋବ୍, ଧଳା ବାଲି ଡ୍ୟୁନ୍ ବେଳାଭୂମି ଏବଂ ଦୁନିଆର କେତେକ ପୁରାତନ କୋରଲ ରିଫ୍କ୍ସ ସହିତ ଏକ ବିବିଧ ପରିବେଶ ରହିଛି । ଯେଉଁଠାରେ ଅନେକ ପ୍ରଜାତିର ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳିବ । ଏହା ଜେଦାହ ଠାରୁ ୫୦୦ କିଲୋମିଟର ଉତର ଅଲବଜହ ଓ ଉମଲୁଜର ସାଉଦି ସହରର ମଧ୍ୟରେ ଅବସ୍ଥିତ । ରିସର୍ଟ ଦ୍ୱୀପପୁଞ୍ଜରେ ଗେଟୱେ ଠାରୁ ଆରମ୍ଭ କରି ହଲିଡେ ଯାଏଁ, ପାର୍ବତ୍ୟ ଅଂଚଳ ଏବଂ ମରୁଭୂମିର ଦୁଃସାହସିକ କାର୍ଯ୍ୟ ପର୍ଯ୍ୟନ୍ତ ବିଭିନ୍ନ ଅନୁଭୂତି ମିଳିବ ।

Leave a Reply