Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୧ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସାଗରରେ ବୁଡ ପକାଇଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୧ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସାଗରରେ ବୁଡ ପକାଇଲେ


କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି । କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ହଜାର ପୁତ୍ର ମୃତୁ୍ୟ ବରଣ କରି ଥିଲେ । ତେବେ ପୁତ୍ରମାନଙ୍କ ଅଭିଶାପରୁ ମୁକ୍ତ କରିବା ପାଇଁ ଭୋଗୀରଥ ସ୍ୱର୍ଗରୁ ପୃଥିବୀକୁ ଗଙ୍ଗା ଆଣି ଥିଲେ । ଏହି ସ୍ଥାନରେ ଗଙ୍ଗା ଓ ସାଗର ମିଳନ ହେତୁ ଏହାକୁ ଗଙ୍ଗା ସାଗର କୁହାଯାଏ । ଏହି ସ୍ଥାନ ରେ କପିଳ ମୁନିଙ୍କ ଆଶ୍ରମ ଥିବା କିମ୍ବଦନ୍ତୀରୁ ଜଣା ଯାଇଥାଏ । ପୌଷ ମାସ ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ଶ୍ରାଦ୍ଧଳୁଙ୍କୁ ପୁଣ୍ୟ ମିଳିଥାଏ । ସେଥିପାଇଁ ଗଙ୍ଗା ସାଗରରେ ଭାରତ ତଥା ଭାରତ ବାହାରୁ ଲକ୍ଷଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି । ଏଥିହସ ବାବା କପିଳ ମୁନିଙ୍କ ଦର୍ଶନ ମଧ୍ୟ କରିଥାନ୍ତି ।

Leave a Reply