Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୬ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ  - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୬ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ 

ଭୁବନେଶ୍ୱର,୨୪/୮: କନ୍ଧମାଳରେ ଦରିଦ୍ର, ଅଶିକ୍ଷିତ ଏବଂ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍‌ଥାନ ନିମନ୍ତେ କାର୍ଯ୍ୟକରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଂଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇ ନିର୍ମମ ଭାବେ ହତ୍ୟା କରିଥିଲେ । ସ୍ୱାମୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ଗଠନ କରାଯାଇ ଏହି ଦିନକୁ ବଳିଦାନ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ତାଙ୍କର ସ୍ମୃତି ସ୍ମରଣ ନିମନ୍ତେ ଭୁବନେଶ୍ୱରରେ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି । ଯାହା ସ୍ୱାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ ବୋଲି ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନ୍ୟାସର ଚେୟାରମେନ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ, ଏହି ଗଣଦୌଡ ଅଗଷ୍ଟ ୨୬ ତାରଖ ପବିତ୍ର ଜନ୍ମାଷ୍ଟମୀ ଦିନ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର ୟୁନିଟ-୩,ରାମମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ନିକଟରୁ ଆରମ୍ଭ ହେବ । ୫୦୦୦ରୁ ଉର୍ଦ୍ଧ୍ୱ ଯୁବଶକ୍ତିଙ୍କ ଏହି ବିଶାଳ ଗଣଦୌଡ ମାଷ୍ଟର କ୍ୟାଟିଂନ,ଅଶୋକ ନଗର,ରାଜମହଲ ହୋଇ ପୁଣି ନିଗମାନନ୍ଦ ଆଶ୍ରମ ନିକଟରେ ପହଁଚିବ ।
ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ,ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇଥିଲେ । ସେଠାରେ ଚକାପାଦ ଯାଇ ଆଶ୍ରମ ଆରମ୍ଭ କରିଥିଲେ । ଚକାପାଦରେ ଛାତ୍ରମାନଙ୍କୁ ଅଧ୍ୟୟନ, ଗୋ ଆଧାରିତ କୃଷି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ସାର୍ମଥ୍ୟ ଓ ସ୍ୱାବଲମ୍ବୀ କରିଥିଲେ । ଛାତ୍ରଙ୍କ ମଧ୍ୟରେ ଗାଁ ଗାଁରେ କୀର୍ତନମଣ୍ଡଳୀ, ଗାଁ ଲୋକମାନଙ୍କ ନିମନ୍ତେ ଭାଗବତ ପଠନ ପାଇଁ ଭାଗବତ ଟୁଙ୍ଗୀ ଓ ରାତ୍ରି ପାଠଶାଳାର ବ୍ୟବସ୍ଥା କରିଥିଲେ । ଜଳେଶପଟ୍ଟାର ତୁମୁଡିବନ୍ଧ ଠାରେ ବାଳିକାମାନଙ୍କ ପାଇଁ ଏକ କନ୍ୟାଶ୍ରମ ମଧ୍ୟ ସ୍ଥାପନ କରିଥିଲେ । ସାମୀଜୀଙ୍କ ଲକ୍ଷ୍ୟ ଥିଲା ଜଣେ ମାଆ ଶିକ୍ଷିତ ସଂସ୍କାରିତ ହୋଇଥିଲେ ସେ ସମାଜ ପରିବର୍ତନରେ ସୂତ୍ରଧର ହେବ ଏବଂ ବିଧର୍ମୀମାନଙ୍କୁ ଧର୍ମ ପରିବର୍ତନା କରିବା ପାଇଁ ସୁଯୋଗ ଦେବ ନାହିଁ । ସ୍ୱାମୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ପ୍ରତ୍ୟେୟମାନ ହୋଇଛି । ସେ ନିଜର ଗତିବିଧିମାଧ୍ୟମରେ କନ୍ଧମାଳ ଲୋକଙ୍କର ଜୀବନଶୈଳୀରେ ଆମୂଳଚୂଳ ପରିବର୍ତନ କରିଦେଇଥିଲେ । ସ୍ୱାମୀଜୀ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ ।
ସ୍ୱାମୀ ମୁକ୍ତାନନ୍ଦ ପୁରୀ କହିଛନ୍ତି ଯେ, ସ୍ୱାମୀଜୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ହତ୍ୟାକରାଗଲା । ଏହା ପୂର୍ବରୁ ତାଙ୍କ ଉପରେ ୮ ଥର ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିସନ ଗଠନ କରିଥିଲେ । ୨୦୧୨ ମସିହାରେ ଜଷ୍ଟିସ ମହାପାତ୍ରଙ୍କର ଦେହାନ୍ତ ପରେ ସରକାର ଜଷ୍ଟିସ ଏଏସ୍ ନାଇଡୁଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ୍‌କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ନାଇଡୁ କମିସନ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ କିନ୍ତୁ ଏହା ମଧ୍ୟରେ ୯ ବର୍ଷ ପୂରିବାକୁ ବସିଥିବାବେଳେ ଏହି ତଦନ୍ତ ରିପୋର୍ଟ ନାଲିଫିତା ତଳେ ରହିଛି । ସେହିଭଳି ୨୦୦୭ ମସିହା ଡିସେମ୍ବର ୨୪ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁକୁ ଏକ ଯଜ୍ଞ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ଦାସିଂବାଡ଼ିଠାରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସ୍ୱାମୀଜୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ରାଜ୍ୟ ସରକାର ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ବସାଇଥିଲେ । ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ରିପୋର୍ଟ ମଧ୍ୟ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଉକ୍ତ ତଦନ୍ତ ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ନବୀନ ସରକାର ସମସ୍ତ ତଦନ୍ତ ରିପୋର୍ଟକୁ ଚପାଇ ରଖିଥିଲେ । ଏଥିପାଇଁ ସମସ୍ତ ଓଡିଶାବାସୀଙ୍କ ମନରେ କ୍ଷୋଭ ଓ ଆକ୍ରୋଷ ଭରି ରହିଛି ।
ଆସନ୍ତା ଜନ୍ମାଷ୍ଟମୀରେ ହେବାକୁ ଥିବା ଗଣଦୌଡରେ ସ୍ୱାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଯାହାକି ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ ସେଥିପାଇଁ ସମସ୍ତ ଯୁବଶକ୍ତି ସଂକଳ୍ପ ନେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ମନସୁଖଲାଲ ସେଠିଆ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply