Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁତ୍ୱ ବଞ୍ଚାଇ ରଖିବା ପାଇଁ ପୂଜାର୍ଚ୍ଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁତ୍ୱ ବଞ୍ଚାଇ ରଖିବା ପାଇଁ ପୂଜାର୍ଚ୍ଚନା

କୋଣାର୍କ : ଭାରତରେ ହିନ୍ଦୁତ୍ୱ ବିରୋଧରେ ଘୃଣାଭାବର ସମ୍ପୂର୍ଣ୍ଣ ବିନାଶ ନିମନ୍ତେ ଶନିବାର ନିର୍ମାଣାଧୀନ ନୂତନ ସୂର୍ଯ୍ୟମନ୍ଦିର ନିର୍ମାଣଶାଳରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଅଛି । ସୂର୍ଯ୍ୟମନ୍ଦିର ନିର୍ମାଣଶାଳାର ଅଧ୍ୟକ୍ଷ ମୁକେଶ ଜୈନଙ୍କ ଅଧ୍‌ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡ .ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇଥିଲେ । ଦେଶରେ ଚହଳ ପକାଇଥିବା ଘଟଣା ବିଷୟରେ ଡ. ପାଟ୍ଟଶାଣୀ କହିଥିଲେ ଯେ ଭଗବାନ ତିରୁପତି ବାଲାଜୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଏକ ଅବତାର । ତାଙ୍କ ଲଡୁ ପ୍ରସାଦରେ ଚର୍ବି ମିଶାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହା ଅସାମାଜିକ ତତ୍ତ୍ୱଙ୍କ ଷଡ଼ଯନ୍ତ୍ର ବୋଲି ମତପ୍ରକାଶ କରିଥିଲେ । ସୂର୍ଯ୍ୟମ ଦେନ୍ଦିର ନିର୍ମାଣଶାଳାର ଅଧ୍ୟକ୍ଷ ଜୈନ କହିଥିଲେ, ହିନ୍ଦୁତ୍ୱକୁ ନଷ୍ଟ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଉଛି । ଭାରତ ସରକାର ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରି ଏଭଳି ଷଡ଼ଯନ୍ତ୍ରକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ଭାରତରେ ହିନ୍ଦୁତ୍ୱ ବିରୋଧରେ ଘୃଣାଭାବର ସମ୍ପୂର୍ଣ୍ଣ ବିନାଶ ପାଇଁ ପୂଜାର୍ଚ୍ଚନା, ଯଜ୍ଞ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସେ ସୂଚନା ଦେଇଥିଲେ ।

Leave a Reply