ସ୍ୱାଧୀନତା ପରେ ବାମପନ୍ଥୀମାନେ ଭାରତୀୟ ଇତିହାସକୁ ବିକୃତ କରିଥିଲେ

ସଂଘର ଶତାବ୍ଦୀ  ବର୍ଷ ଅବସରରେ କାଶୀ ଉତ୍ତରର ବିଭାଗ ଅନ୍ତର୍ଗତ ବିଶ୍ୱନାଥ ନଗର (ଚାନ୍ଦମାରୀ)ରେ  ହିନ୍ଦୁ ସମାଜ ଦ୍ୱାରା ଆୟୋଜିତ ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାରକ ପ୍ରମୁଖ ସ୍ୱଂନ୍ତ ରଞ୍ଜନ କହିଥିଲେ ଯେ ବିଭିନ୍ନ ଜାତି ରହିବା ସତ୍ତ୍ୱେବି ଆମେ ସବୁ ହିନ୍ଦୁ। ଆମ ସମସ୍ତଙ୍କର  ଗୋଟିଏ ମାତା ଭାରତ ମାତା । ଆମେ ସମୟ ସମୟରେ ସାମୁହିକ ଭୋଜନ, ସାମୂହିକ ବିବାହ ଏବଂ ସମନ୍ୱୟ ମାଧ୍ୟମରେ ଆମର ସାମାଜିକ ପରିଚୟ ପ୍ରକାଶ କରୁ।

ସେ କହିଥିଲେ ଯେ ଭାରତର ଲୋକମାନେ କେବେ ବିଦେଶୀ ଶାସନକୁ ଗ୍ରହଣ କରିନଥିଲେ। ମୋଗଲ ଶାସନ ସମୟରେ ମଧ୍ୟ ଭଗବାନ ରାମ ଲୋକଙ୍କର ରାଜା ଥିଲେ। ସେ ୧୯୪୭ ମସିହାର ଭାରତ ବିଭାଜନର ଭୟାବହତା ଉପରେ ମହର୍ଷି ଅରବିନ୍ଦଙ୍କ ବକ୍ତବ୍ୟକୁ ଉଦ୍ଧୃତ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଏହି ବିଭାଜନ କୃତ୍ରିମ ଥିଲା, ପ୍ରାକୃତିକ ନୁହେଁ।

ସେ କହିଥିଲେ ଯେ ସ୍ୱାଧୀନତା ପରେ, ବାମପନ୍ଥୀମାନେ ଭାରତୀୟ ଇତିହାସକୁ ବିକୃତ କରିଥିଲେ, ଯାହା ସମାଜରେ ହୀନମନ୍ୟତାର ଭାବନା ସୃଷ୍ଟି କରିଥିଲା। ବର୍ତ୍ତମାନ ଭାରତର ହିନ୍ଦୁ ସମାଜ ଜାଗ୍ରତ ହୋଇଛି, ଯାହାର ପରିଣାମ ସ୍ୱରୂପ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ପୁନରୁଦ୍ଧାର ଏବଂ କାଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଛି। ଭାରତର ଜ୍ଞାନ ପରମ୍ପରା ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଭାରତକୁ ବିଶ୍ୱ ଗୁରୁ କୁହାଯାଏ କାରଣ ସାରା ବିଶ୍ୱରୁ ଲୋକମାନେ ଜ୍ଞାନ ଅର୍ଜନ କରିବାକୁ ଭାରତକୁ ଆସୁଥିଲେ। ଭାଗଲପୁରର ବିକ୍ରମଶିଳା ବିଶ୍ୱବିଦ୍ୟାଳୟ, ବର୍ତ୍ତମାନର ପାକିସ୍ତାନର ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟର ବଲ୍ଲଭୀ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନର କଥା କୁହନ୍ତି । ଆଜି ଭାରତୀୟମାନଙ୍କୁ ସେମାନଙ୍କର ଜ୍ଞାନ ପରମ୍ପରା, ସଂସ୍କାର ଏବଂ ବୈଭବକୁ ବୁଝିବାର ଆବଶ୍ୟକତା ରହିଛି।

Leave a Reply