Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୂର୍ଯ୍ୟ ନମସ୍କାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର ଶରୀର ପାଇଁ ଖୁବ୍ ଉପକାରୀ । ଏହାର ୧୨ଟି ଅବସ୍ଥା ରହିଛି । ପ୍ରତ୍ୟହ ଏହି ୧୨ ପ୍ରକାର ଆସନ କଲେ ସୂର୍ଯ୍ୟ ନମସ୍କାର ସମ୍ପୂର୍ଣ୍ଣ ଲାଭ ମିଳିଥାଏ । ପୂର୍ବରୁ ଏହାର ଛଅଟି ଅବସ୍ଥା ପ୍ରକାଶ କରାଯାଇଛି । ସପ୍ତମାବସ୍ଥା :ନିଃଶ୍ୱାସ ନେଇ ଧୀରେ ଧୀରେ ମୁଣ୍ଡ ଉପରକୁ ଉଠାଅ । ମେରୁଦଣ୍ଡ ଯେତେଦୂର ସମ୍ଭବ ପଛ ଆଡକୁ ବଙ୍କାଅ । ଉଦ୍ଧ୍ୱର୍କୁ ଦୃଷ୍ଟି ରଖ । ଉପକାରିତା: ଛାତି ପ୍ରଶସ୍ତ ଓ ମେରୁଦଣ୍ଡ ନମନୀୟ ରୁହେ । ବେକର ପେଶୀ ଚାଳିତ ହୋଇ ଏହା ସୁଗଠିତ ରୁହେ । ତୃତୀୟ ଅବସ୍ଥାରେ ଯେଉଁ ଅଙ୍ଗ ସକଳ ସଙ୍କୁଚିତ ହୋଇଥିଲା, ଏଥିରେ ତାହା ପ୍ରସାରିତ ହୁଏ । ତୃତୀୟ ଅବସ୍ଥାର ସମସ୍ତ ଉପକାର ଏହି ଅବସ୍ଥାରେ ମଧ୍ୟ ପ୍ରାପ୍ତ ହୁଏ । ଅଷ୍ଟମାବସ୍ଥା: ନିଃଶ୍ୱାସ ବନ୍ଦ ରଖି ୫ମ ଅବସ୍ଥା ସଦୃଶ ହାତ ଓ ବାହୁର ସ୍ଥିତି ପରିବର୍ତ୍ତନ ନକରି ଆଣ୍ଠୁ ଭୂମି ଉପରୁ ଉଠାଇ ବେକକୁ ସିଧା କର । ଅନ୍ୟ ଗୋଡକୁ ପଛକୁ ନେଇ ଦୁଇ ଗୋଡକୁ ଏକତ୍ର କର ଏବଂ ଶରୀରକୁ ଓଲଟା ଙ୍ଖ ସଦୃଶ କର । ଛାତି ଉପରେ ଓଠକୁ ଚାପି ରଖ । ଉପକାରିତା: ପାଦ ଓ ହାତର ସ୍ନାୟୁ ସକଳ ଶକ୍ତିଶାଳୀ ହୁଏ । ନବମାବସ୍ଥା: ନିଃଶ୍ୱାସ ନେଇ ବାମଗୋଡ ଆଗକୁ ନେଇ ଦୁଇ ହାତ ମଧ୍ୟରେ ସିଧା କରି ରଖ । ଡାହାଣ ପାଦ ଓ ଆଣ୍ଠୁ ତଳେ ଲଗାଅ । ଆଗକୁ ଦେଖ । ୪ର୍ଥ ଅବସ୍ଥା ସଦୃଶ ଅବସ୍ଥାନ କର । ଉପକାରିତା: ନିତମ୍ବ ଓ ପାଦର ଆକୃତିରେ ସମତା ଆସେ । ପାଦ ଓ ତଳିପେଟରେ ମାଂସପେଶୀ ସୁଗଠିତ ହୁଏ ।

Leave a Reply