Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁଦାନରେ ଭାରତୀୟ ବାୟୁସେନାର ଦୁଃସାହସିକ ଅପରେସନ ୧୨୧ ଭାରତୀୟଙ୍କୁ ଉଦ୍ଧାର କଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁଦାନରେ ଭାରତୀୟ ବାୟୁସେନାର ଦୁଃସାହସିକ ଅପରେସନ ୧୨୧ ଭାରତୀୟଙ୍କୁ ଉଦ୍ଧାର କଲା

ନୂଆଦିଲ୍ଲୀ, ୨୮/୪: ‘ଅପରେସନ କାବେରୀ’ ଅଧୀନରେ ଆଫ୍ରିକୀୟ ଦେଶ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ଭାରତୀୟ ବାୟୁସେନା ଓ ନୌସେନା ଏପର୍ଯ୍ୟନ୍ତ ୧୩୬୦ ଜଣ ସାଧାରଣ ନାଗରିକଙ୍କୁ ଫେରାଇ ଆଣିଛନ୍ତି । କିନ୍ତୁ ଗତ ରାତିରେ ଭାରତୀୟ ବାୟୁସେନା ସୁଦାନରେ ଏକ ଦୁଃସାହସିକ ଅପରେସନ କରିଛି । ଭାରତୀୟ ବାୟୁସେନା ଶୁକ୍ରବାର ସୁଦାନର ସୟଦନା ଆର୍ମି ଏୟାରପୋର୍ଟର ରନୱେରେ ଏକ ହର୍କୁଲିସ୍ ପରିବହନ ବିମାନ ଅବତରଣ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ଧାରରେ ଅତି ସନ୍ତର୍ପଣରେ ଏହି ବିମାନର ଅବତରଣ କରାଯାଇ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୨୧ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରା ଯାଇଛି । ସୁଦାନର ରାଜଧାନୀ ଖାରତୁମ୍ ଠାରୁ ୨୨ କିଲୋମିଟର ଉତ୍ତରରେ ସୟଦନା ଏକ ସେନା ବିମାନ ବନ୍ଦର । ରିପୋର୍ଟ ଅନୁଯାୟୀ, ଏହି ରନୱେରେ ନେଭିଗେସନ୍ ପାଇଁ କୌଣସି ସହାୟତା ମିଳିନଥିଲା । ଆଲୋକ ନଥିଲା । ଇନ୍ଧନର କୌଣସି ବ୍ୟବସ୍ଥା ନଥିଲା । ଉଦ୍ଧାର କାର୍ଯ୍ୟ ସମୟରେ ବାୟୁସେନା ପାଇଲଟମାନେ ନାଇଟ୍ ଭିଜନ ଗଗଲ୍ସ (ରାତିରେ ଦେଖିହେଉଥିବା ଚଷମା) ବ୍ୟବହାର କରିଥିଲେ । ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ କାବେରୀ ଜାରି ରହିଛି । ଭାରତୀୟ ବାୟୁସେନାର ନୌସେନା ଜାହାଜ ଆଇଏନଏସ ସୁମେଧା, ତେଗ, ତାରକାଶ ଏବଂ ସି-୧୩୦ଜେ ବିମାନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply