Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିର ଜାମଦାଠାରେ ସମର୍ପଣ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିର ଜାମଦାଠାରେ ସମର୍ପଣ ଦିବସ

ରାଇରଙ୍ଗପୁର: ସରସ୍ୱତୀ ଶିଶୁ ମନ୍ଦିର ଜାମଦାଠାରେ ସମର୍ପଣ ଦିବସ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ ଏବଂ ଉପସ୍ଥିତ ଥିବା ବିଦ୍ୟାର୍ଥୀ, ଅଭିଭାବକ ଓ ଅଭିଭାବିକାଗଣଙ୍କୁ ସମର୍ପଣ ଦିବସ ଉପରେ ଆଲୋକପାତ କରିବା ସହ ବିଦ୍ୟାର୍ଥୀ ବା ନିଜ ନିଜ ଶିଶୁଙ୍କ ପାଇଁ ‘ପ୍ରଥମ ଗୁରୁ ମା’ ଓ ବାପା’ଙ୍କ କର୍ତ୍ତବ୍ୟ କ’ଣ ରହିଛି ତାହାରି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗୁରୁଜୀ ଯଶୋବନ୍ତ ମୁଖ୍ୟ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହ ବିଭିନ୍ନ ଉପାଦେୟ କଥା ସବୁ ପ୍ରାଞ୍ଜଳ ଭାବରେ ପ୍ରକାଶ କରିଥିଲେ । ସମର୍ପଣ ଦିବସରେ ମା’ମାନେ ଆଣିଥିବା ଘଣ୍ଟି, ବାଲ୍ଟି, କଣ୍ଢେଇ, ପିତ୍ତଳ ଥାଳି, ଗିନା, ଗ୍ଲାସ, ଶଙ୍ଖ, ଭୋଗ ରଖିବା ଡବା ଏବଂ ଦକ୍ଷିଣା ଆକାରରେ ସମର୍ପଣ କରିଥିଲେ । ସୁଦର୍ଶନ ଗୁରୁଜୀ ସମର୍ପଣ ଦିବସକୁ ପରିଚାଳନା କରିଥିବା ବେଳେ ରାଜେନ୍ଦ୍ର ଗୁରୁଜୀ ସାଧୁବାଦ ଅର୍ପଣ କରିଥିଲେ । ରାନ, ଲକ୍ଷ୍ମୀ, ପଲ୍ଲବୀ ଗୁରୁମା, ଦୀପକ ଗୁରୁଜୀ ସହଯୋଗ କରିଥିଲେ ।

Leave a Reply