Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଶିଶୁ ଉଦ୍ୟାନ ଉଦଘାଟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଶିଶୁ ଉଦ୍ୟାନ ଉଦଘାଟନ

ତାଳଚେର:ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳଚେରରେ ସ୍ୱାମୀ ବିବେକାନନ୍ଦଜୟନ୍ତୀ ସହ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଶିଶୁ ଉଦ୍ୟାନକୁ ଉଦଘାଟନ କରିବା ସହ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପରେ ଶିଶୁମାନଙ୍କ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଭାପତି ବିପିନ୍ ବିହାରୀ ସାହୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ନ୍ଧନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଦୁଃଶାସନ ସାହୁ, ଯୁଗ୍ମସମ୍ପାଦକ ବିଜୟ ପଣ୍ଡା, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ରନôାକର ବେହେରା ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ପରିଚୟ ପ୍ରଦାନ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଦିବା ପର୍ଯ୍ୟାୟ ପ୍ରମୁଖ ନିରୁପମା ମହାନ୍ତି ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ଓ ଶୁଭେଚ୍ଛୁଙ୍କପୂର୍ଣ୍ଣ ସହଯୋଗ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା ।

Leave a Reply