Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରରେ ହିନ୍ଦୁମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ “ସମଗ୍ର ହିନ୍ଦୁ ସମାଜ” ତରଫରୁ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ “ସମଗ୍ର ହିନ୍ଦୁ ସମାଜ” ତରଫରୁ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ : ଭଦ୍ରକ ସମଗ୍ର ହିନ୍ଦୁ ସମାଜ ତରଫରୁ ସମ୍ବଲପୁରରେ ଗତ ୧୨ ଏପ୍ରିଲ ଏବଂ ୧୪ ଏପ୍ରିଲରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ଅଚାନକ ଆକ୍ରମଣ ଯାନବାହାନ ପୋଡି ପରେ ଦଳେଇପଡା ଛକରେ ହିନ୍ଦୁ ଯୁବକମାନଙ୍କୁ ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ଜଣେ ଯୁବକର ଘଟଣାସ୍ଥଳରେ ମୃତୁ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଗମ୍ଭୀରରୂପେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ପୂର୍ବରୁ ସମ୍ବଲପୁରରେ ହନୁମାନ ଜୟନ୍ତି କାର୍ଯ୍ୟକ୍ରମରେ ଅନେକଙ୍କର ସମସ୍ୟା ହୋଇଛି । ଏଥର ପୋଲିସ ବିଭାଗର ଅନେକ ଅଧିକାରୀମାନେ ମଧ୍ୟ ଏହି ଆକ୍ରମଣ ଶିକାର ହୋଇଛନ୍ତି । ହିନ୍ଦୁମାନଙ୍କ ଏହି ଶାନ୍ତି ପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମରେ ଆକ୍ରମଣ ଘଟଣାରେ ସମଗ୍ର ହିନ୍ଦୁ ସମାଜର ଆହ୍ୱାନରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଦ୍ରକର ଆଜି ସକାଳେ ପ୍ରବଳ ବର୍ଷା ସତ୍ୱେ ନୂଆ ବଜାର ସ୍ଥିତ ଶିଶୁ ମନ୍ଦିର ଠାରୁ ଏକ ସାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ବିଶ୍ୱବିନ୍ଦୁ ପରିଷଦର ପ୍ରାନ୍ତ ପ୍ରତାର ପ୍ରମୂଖ ମାନସ ମହାନ୍ତି, ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଥିଲେ କି ସରକାର ସାଧାରଣ ଶାନ୍ତି ପ୍ରିୟ ହିନ୍ଦୁମାନଙ୍କର ସହନଶୀଳତାକୁ ବାରମ୍ବାର ପରୀକ୍ଷା ନକରନ୍ତୁ । ସମ୍ବଲୁପୁରରେ ତୁଷ୍ଟିକରଣ ରାଜନୀତି ଯୋଗୁଁ ଆକ୍ରମଣର ଶିକାର ହୋଇଥିବା ହିନ୍ଦୁମାନଙ୍କୁ ଗିରଫ କରିବା ବନ୍ଦ କରନ୍ତୁ । ପ୍ରକୃତ ଷଢଯନ୍ତ୍ରକାରୀମାନଙ୍କୁ ଚିହ୍ନଟ କରି କଠୋର ଦଣ୍ଡବିଧାନ କରାଯାଉ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ପ୍ରମୂଖ ସ୍ୱାଧୀନ ସୁନ୍ଦର ଦାସ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଘଟିଯାଇଥିବା ଘଟଣାକୁ ବିସ୍ତିର୍ଣ୍ଣରୂପେ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ବାହିନୀର ଜିଲ୍ଲା ସମ୍ପାଦିକା ମଧୁସ୍ମିତା ମହାପାତ୍ର ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗର ବିଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମାନସ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଯାଇ ଏକ ଦାବୀପତ୍ର ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୁବ୍ରତ ନାୟକ, ବିଶ୍ୱହିନ୍ଦୁ ପରିଷଦ ଗୋବିନ୍ଦ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ ଓ ଶିବଶଙ୍କର ଦାସ, ହିନ୍ଦୁ ଜାଗରଣ ମ , ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ, ଶିକ୍ଷାବିକାଶ ସମିତି, ଭାରତିୟ ମଜଦୁର ସଂଘ, ବଜରଙ୍ଗଦଳ, ଦୁର୍ଗା ବାହିନୀ, କୀ ର୍ନ ସମନ୍ୱୟ ସମିତି, ଜଗନ୍ନାଥ କଳା ସଂସ୍କୃତି ବିକାଶ ପରିଷଦ, ଧର୍ମ ରକ୍ଷା ସମିତି, ଅଧିବକ୍ତା ସମିତି, ଭଦ୍ରକ ବୁଦ୍ଧିଜିବୀ ସଂଘ, ବଣିକ ସଂଘ ଆଦି ଅନେକ ସଂଗଠନର ୫୦୦ରୁ ଉଦ୍ଦ୍ୱର୍ ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply