Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରରେ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ମାମଲା ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ବନ୍ଦର ପ୍ରଭାବ ସୁନ୍ଦରଗଡ ଜିଲ୍ଲାରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରରେ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ମାମଲା ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ବନ୍ଦର ପ୍ରଭାବ ସୁନ୍ଦରଗଡ ଜିଲ୍ଲାରେ

ରାଉରକେଲା : ଗତ ୧୨ ଏବଂ ୧୪ ତାରିଖ ଦିନ ରାମ ନବମୀ ଶୋଭାଯାତ୍ରା ଦିନ ସମ୍ବଲପୁର ସହରରେ ବିଭିନ୍ନ ହିନ୍ଦୁ ସଂଗଠନ ମାନଙ୍କ ଦ୍ୱାରା ପାରିମ୍ପରିକ ବେଶଭୂଷାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରୁଥିବାବେଳେ ମୁସଲିମ ସଂପ୍ରଦାୟର କିଛି ଯୁବକମାନେ ଶୋଭାଯାତ୍ରାକାରୀଙ୍କ ଉପରକୁ ପଥରମାଡ କରିଥିଲେ । କେବଳ ସେତିକି ନୁହେଁ ୧୪ ତାରିଖ ଦିନ ଶୋଭାଯାତ୍ରା ସରି ଯାଇଥିବା ସ୍େତ୍ତ୍ୱ କିଛି ଦୁର୍ବୃତ୍ତମାନେ ଚିପିଲିମାଠାରେ ଛକି ଏକ ସ୍ଥାନରେ ଜଣେ ହିନ୍ଦୁ ଯୁବକକୁ ମାଡ ମାରି ହତ୍ୟା ମଧ୍ୟ କରିଥିଲେ । ପ୍ରଥମେ ପଥର ମାଡରେ କେବଳ ଯେ ହିନ୍ଦୁ ସଂଗଠନର ସଦ୍ୟସ ନୁହଁନ୍ତି ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଏବେ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ତିନିଟିଯାକ ଘଟଣାକୁ ନିନ୍ଦା କରିବା ସହ ଦୋଷୀମାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଆଜି ପଶ୍ଚିମ ଓଡିଶାର ୧୬ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ରାଉରକେଲାରେ ଏହି ବନ୍ଦର ପ୍ରଭାବ ଆଦୌ ପଡିନଥିବାବେଳେ ବଣେଇଗଡ ଉପଖଣ୍ଡର ଲହୁଣୀପଡା ବ୍ଲକ ରଜାମୁଣ୍ଡା ବାଇପାସ ଠାରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳର ସଦସ୍ୟମାନେ ରାସ୍ତା ଜାମ କରିବାରୁ ଅନେକ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ୧୪୩ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ସୁନ୍ଦରଗଡରେ ମଧ୍ୟ ସଂଗଠନର କର୍ମକର୍ତ୍ତାମାନେ ରାସ୍ତା ଜାମ କରିବାରୁ ରାଜ୍ୟରାଜପଥ ବିଜୁ ଏକ୍ସପ୍ରେସ ୱେ -୧୦ରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା । ସେହିପରି ରାଜଗାଙ୍ଗପୁର ରାଣିବନ୍ଧଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟମାନଙ୍କ ଦ୍ୱାରା ରାସ୍ତା ଜାମ କରାଯିବାରୁ ସେଠି ମଧ୍ୟ ବିଜୁ ଏକ୍ସପ୍ରେସ ୱେରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେହିପରି ବଡଗାଁଠାରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦର ନେତା ରାଜେଶ ଦାସଙ୍କ ନେତୃତ୍ୱରେ ରାଜରାଜପଥକୁ ଜାମ କରାଯାଇଥିବାବେଳେ କୁତ୍ରା ଠାରେ ମଧ୍ୟ ନିତିନ ସିଂଙ୍କ ନେତୃତ୍ୱରେ ବଜରଙ୍ଗ ଦଳର କର୍ମୀମାନେ ବିଜୁ ଏକ୍ସପ୍ରେସ ୱେ ରେ ଧାରଣା ଦେଇ ରାସ୍ତା ଅବରୋଧ କରିଥିଲେ । ରଜାମୁଣ୍ଡା ଏବଂ ଲହୁଣୀପଡାରେ ଗୁଡୁଚୌଧୁରୀ, ମହେଶ୍ୱର ମାହନ୍ତ, ଚୁଡାମଣୀ ମାହାନ୍ତ ପ୍ରମୁଖଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା । ସେହିପରି ସୁନ୍ଦରଗଡ ସଦର ମହକୁମାରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ବନ୍ଦକୁ ସଫଳ କରାଯାଇଥିବା ଜଣାପଡିଛି ।

Leave a Reply